ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଦଶରଥଙ୍କ ମୃତ୍ୟୁ
ଝୁମ୍ପୁରା: କେନ୍ଦୁଝରଜିଲ୍ଲା ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଉଖୁଣ୍ଡା ଢିପାସାହି ଗ୍ରାମର ଦଶରଥ ନାଏକ (୪୮) ବର୍ଷା ଆଜି ଦିନ ୨ଘଟିକା ସମୟରେ ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ଅସାବଧାନତାବଶତଃ ହେତୁ ପାଣିରେ ବୁଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ଯୋଗେ ଝୁମ୍ପୁରା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଦଶରଥଙ୍କ ମୃତ୍ୟୁରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଜଣେ ପୁଅ, ଜଣେ ଝିଅ ଓ ସ୍ତ୍ରୀ ଅଛନ୍ତି। ପରିବାରର ମୁଖ୍ୟଙ୍କ ମୃତ୍ୟୁରେ ପରିବାରଟି ଅସହାୟ ହୋଇପଡ଼ିଛି। ତେଣୁ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଉଚିତ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।









Comments