ବାଃରେ ଖଇରା ପୁଲିସ! ଥାନା ଗାଡ଼ିକୁ ଧକ୍କା ଦେଇ ଗୋରୁ ବୋଝେଇ ପିକଅପ ଗାଡ଼ି ଫେରାର
ସୋର: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାରରେ ଏକ ବିସ୍ମୟକର ଘଟଣା ଘଟିଛି। ଏଠାରେ ଖଇରା ପୁଲିସ ଗାଡ଼ିକୁ ଧକ୍କା ଦେଇ ଏକ ଗୋରୁବୋଝେଇ ପିକଅପ ଗାଡ଼ି ଫେରାର ହୋଇଯାଇଛି। ତେବେ ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଖଇରା ଥାନାର କର୍ମଚାରୀ। କିନ୍ତୁ ଆଶ୍ଚର୍ଯ୍ୟ କଥା, ଉକ୍ତ ଗୋଚାଲାଣକାରୀଙ୍କୁ ଧରିବା ତ ଦୂରର କଥା ସେହି ଗାଡ଼ିକୁ ବି ଜବତ କରିପାରିନି ପୁଲିସ୍। ପୁଲିସ ଗାଡ଼ିଟି ସାମାନ୍ୟ ଭାଙ୍ଗିଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଖଇରା ପୁଲିସ ଗାଡ଼ିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ଗୋରୁ ବୋଝେଇ ପିକଅପ୍। ଅଳ୍ପକେ ବର୍ତ୍ତିଲେ ୩ ପୁଲିସ କର୍ମଚାରୀ। ଗାଡ଼ି ଭାଙ୍ଗିଥିବା ବେଳେ କୌଣସି ପୁଲିସର କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି l ବାଲେଶ୍ବର ଜିଲ୍ଲା ଖଇରା ଥାନା ଗୋଚାଲାଣକାରୀଙ୍କ ପେଣ୍ଠସ୍ଥଳ ହୋଇଥିବା କୁହାଯାଉଛି। କିନ୍ତୁ ପୁଲିସ୍ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେଉନଥିବା ଚର୍ଚ୍ଚା ହେଉଛି।









Comments