Skip to content
Monday, 30 November 2026
Breaking News
Video
Programme

ବିଜେଡି ସାଂସଦଙ୍କୁ ଡକାଇଲେ ଜାତୀୟ ଜନଜାତି ଆୟୋଗ; ୮ ବରିଷ୍ଠ ଅଧିକାରୀଙ୍କୁ ସମନ୍

ବିଜେଡି ସାଂସଦଙ୍କୁ ଡକାଇଲେ ଜାତୀୟ ଜନଜାତି ଆୟୋଗ; ୮ ବରିଷ୍ଠ ଅଧିକାରୀଙ୍କୁ ସମନ୍

ବିଜେଡି ସାଂସଦଙ୍କୁ ଡକାଇଲେ ଜାତୀୟ ଜନଜାତି ଆୟୋଗ; ୮ ବରିଷ୍ଠ ଅଧିକାରୀଙ୍କୁ ସମନ୍

Key Points

  • ରାୟଗଡ଼ା : ସିଜିମାଳି ଅଞ୍ଚଳରେ ଆଦିବାସୀଙ୍କ ଅଧିକାର ଉଲ୍ଲଂଘନ ଅଭିଯୋଗକୁ ନେଇ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
  • ଏହି ମାମଲାର ଶୁଣାଣି ପାଇଁ ବିଜୁ ଜନତା ଦଳର ସାଂସଦ ଡ.
  • ସସ୍ମିତ ପାତ୍ରଙ୍କୁ ଆସନ୍ତା ଡିସେମ୍ବର ୨ ତାରିଖ ଅପରାହ୍ନ ୪ଟାରେ ନୂଆଦିଲ୍ଲୀସ୍ଥିତ ଆୟୋଗଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ଡକାଯାଇଛି।

ବିଜେଡି ସାଂସଦଙ୍କୁ ଡକାଇଲେ ଜାତୀୟ ଜନଜାତି ଆୟୋଗ; ୮ ବରିଷ୍ଠ ଅଧିକାରୀଙ୍କୁ ସମନ୍

 

ରାୟଗଡ଼ା : ସିଜିମାଳି ଅଞ୍ଚଳରେ ଆଦିବାସୀଙ୍କ ଅଧିକାର ଉଲ୍ଲଂଘନ ଅଭିଯୋଗକୁ ନେଇ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ମାମଲାର ଶୁଣାଣି ପାଇଁ ବିଜୁ ଜନତା ଦଳର ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଆସନ୍ତା ଡିସେମ୍ବର ୨ ତାରିଖ ଅପରାହ୍ନ ୪ଟାରେ ନୂଆଦିଲ୍ଲୀସ୍ଥିତ ଆୟୋଗଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ଡକାଯାଇଛି। ଏଥିସହ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମେତ ମୋଟ ୮ ଜଣ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଆୟୋଗ ସମନ ଜାରି କରିଛନ୍ତି। ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଧାରିତ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ସହ ମାମଲା ସମ୍ପର୍କିତ ମୂଳ ରେକର୍ଡ ଓ ଆବଶ୍ୟକୀୟ ଦସ୍ତାବିଜ ସାଙ୍ଗରେ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଂସଦ ଡ. ସସ୍ମିତ ପାତ୍ର ଗତ ୨୦୨୬ ଏପ୍ରିଲ ୧୨ ଓ ୨୦ ତାରିଖରେ ଏ ସମ୍ପର୍କରେ ଆୟୋଗଙ୍କ ନିକଟରେ ଦୁଇଟି ଅଭିଯୋଗପତ୍ର ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ଅଗଷ୍ଟ ୨୫ ତାରିଖରେ ସେ ୩୭ ପୃଷ୍ଠା ସମ୍ବଳିତ ଏକ ବିସ୍ତୃତ ସାମ୍ବିଧାନିକ ଓ ଆଇନଗତ ଦଲିଲ ମଧ୍ୟ ଆୟୋଗଙ୍କୁ ପ୍ରଦାନ କରିଥିଲେ।ଏଥିରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ଅଞ୍ଚଳରେ ପୁଲିସର କଥିତ ଅତ୍ୟାଚାର, ଆଦିବାସୀଙ୍କୁ ଧମକଚମକ, ହଇରାଣ ହରକତ ଏବଂ ସେମାନଙ୍କ ସାମ୍ବିଧାନିକ ଓ ଆଇନଗତ ଅଧିକାରର ଉଲ୍ଲଂଘନ ନେଇ ଗୁରୁତର ଅଭିଯୋଗ ଉଠାଯାଇଥିଲା। ଆୟୋଗଙ୍କ ଏହି ସମନ ପରେ ସିଜିମାଳି ଆଦିବାସୀ ଅଧିକାର ପ୍ରସଙ୍ଗରେ ଆଗାମୀ ଶୁଣାଣିକୁ ନେଇ ଗୁରୁତ୍ୱ ବଢ଼ିଛି।

 

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments