Skip to content
Monday, 30 November 2026
Breaking News
Video
Crime

ସାଢ଼େ ୩ ବର୍ଷରେ ଦୁର୍ଘଟଣା ନେଲାଣି ୧୨୭୮ ଜୀବନ: କଡ଼ା ଆଇନ ଥାଇ ବି ଲାଗିପାରୁନି ଅଙ୍କୁଶ

ସାଢ଼େ ୩ ବର୍ଷରେ ଦୁର୍ଘଟଣା ନେଲାଣି ୧୨୭୮ ଜୀବନ: କଡ଼ା ଆଇନ ଥାଇ ବି ଲାଗିପାରୁନି ଅଙ୍କୁଶ

ସାଢ଼େ ୩ ବର୍ଷରେ ଦୁର୍ଘଟଣା ନେଲାଣି ୧୨୭୮ ଜୀବନ: କଡ଼ା ଆଇନ ଥାଇ ବି ଲାଗିପାରୁନି ଅଙ୍କୁଶ

Key Points

  • ଭୁବନେଶ୍ବର: ରାଜଧାନୀ ରାସ୍ତାରେ ବେପରୁଆ ଗୁଡ଼ିଚାଳକଙ୍କ ଯୋଗୁ ଗତ ସାଢ଼େ ୩ବର୍ଷରେ ୧୨୮୭ଜଣଙ୍କ ଜୀବନ ଗଲାଣି।
  • ନିଶାରେ ଚୁର୍‌ ହୋଇ ଦାମୀ କାର୍‌ ଓ ବାଇକ୍‌ ଧରି ରାସ୍ତାକୁ ଓହ୍ଲାଉଥିବା ଯୁବଗୋଷ୍ଠୀଙ୍କର ଗାଡ଼ିର ବେଗ ଉପରେ ନିୟନ୍ତ୍ରଣ ନାହିଁ କି ନିଜ ଜୀବନ ପ୍ରତି ଖାତିର ନାହିଁ।
  • ଫଳରେ ରାସ୍ତାରେ ଅକାରଣରେ ନିରୀହ ଲୋକଙ୍କ ଜୀବନ ଯାଉଛି।

ସାଢ଼େ ୩ ବର୍ଷରେ ଦୁର୍ଘଟଣା ନେଲାଣି ୧୨୭୮ ଜୀବନ: କଡ଼ା ଆଇନ ଥାଇ ବି ଲାଗିପାରୁନି ଅଙ୍କୁଶ

 

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ବେପରୁଆ ଗୁଡ଼ିଚାଳକଙ୍କ ଯୋଗୁ ଗତ ସାଢ଼େ ୩ବର୍ଷରେ ୧୨୮୭ଜଣଙ୍କ ଜୀବନ ଗଲାଣି। ନିଶାରେ ଚୁର୍‌ ହୋଇ ଦାମୀ କାର୍‌ ଓ ବାଇକ୍‌ ଧରି ରାସ୍ତାକୁ ଓହ୍ଲାଉଥିବା ଯୁବଗୋଷ୍ଠୀଙ୍କର ଗାଡ଼ିର ବେଗ ଉପରେ ନିୟନ୍ତ୍ରଣ ନାହିଁ କି ନିଜ ଜୀବନ ପ୍ରତି ଖାତିର ନାହିଁ।  ଫଳରେ ରାସ୍ତାରେ ଅକାରଣରେ ନିରୀହ ଲୋକଙ୍କ ଜୀବନ ଯାଉଛି। କେଉଁ ମା’ର କୋଳ ଶୂନ୍ୟ ହେଉଛି ତ ଆଉ କାହା ସିନ୍ଦୁର ଲିଭିଯାଉଛି।  ରାଜଧାନୀରେ ଦୁର୍ଘଟଣାର ଚିତ୍ର ଦେଖିଲେ ସ୍ଥିତି କେତେ ଭୟଙ୍କର ତାହା ସ୍ପଷ୍ଟ ବାରି ହେଉଛି। ୨୦୨୩ରେ ଭୁବନେଶ୍ବରରେ ୧୨୩୬ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୩୫୭ ଜଣଙ୍କ ଜୀବନ ଯାଇଥିଲା। ୨୦୨୪ରେ ଦୁର୍ଘଟଣା ସଂଖ୍ୟା ବଢ଼ି ୧୨୯୧ରେ ପହଞ୍ଚିଥିଲା। ଏଥିରେ ୩୫୦ ଜଣ ପ୍ରାଣ ହରାଇଥିଲେ। ୨୦୨୫ରେ ସ୍ଥିତି ଆହୁରି ଉଦ୍‌ବେଗଜନକ ହୋଇଥିଲା। ମୋଟ ୧୪୮୬ଟି ଦୁର୍ଘଟଣାରେ ୩୮୩ ଜଣଙ୍କ ଜୀବନ ଯାଇଥିଲା। ୨୦୨୬ ଜୁଲାଇ ସୁଦ୍ଧା ମଧ୍ୟ ୭୩୭ରୁ ଅଧିକ ଦୁର୍ଘଟଣା ଘଟି ପ୍ରାୟ ୧୮୮ ଜଣଙ୍କ ଜୀବନ ଯାଇଛି। ଅର୍ଥାତ୍‌ ଗତ ସାଢ଼େ ତିନି ବର୍ଷରେ ଦୁର୍ଘଟଣାରେ ୧୨୭୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ପରିସଂଖ୍ୟାନକୁ ହିସାବକୁ ନିଆଗଲେ ଦୁର୍ଘଟଣା ଯୋଗୁଁ ରାଜଧାନୀରେ ପ୍ରତି ଦିନ ଜଣଙ୍କର ଦୁର୍ଘଟଣାରେ  ମୃତ୍ୟୁ ଘଟୁଛି। ହେଲେ ଭୟଙ୍କର ସ୍ଥିତିକୁ ଅଟକାଇବା ପୁଲିସ ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ଯଦିଓ ଆଇନ ଅନୁଯାୟୀ ୩୦ ମିଲିଗ୍ରାମରୁ ଅଧିକ ଆଲ୍‌କହଲ୍‌ ରହିଲେ ତାହା ଅପରାଧ। ପ୍ରଥମ ଥର ଧରାପଡ଼ିଲେ ୬ ମାସ ପର୍ଯ୍ୟନ୍ତ ଜେଲ୍‌ କିମ୍ବା ୧୦ ହଜାର ଟଙ୍କା ଜରିମାନା ଅଥବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ଦ୍ବିତୀୟ ଥର ଧରାପଡ଼ିଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ କିମ୍ବା ୧୫ ହଜାର ଟଙ୍କା ଜରିମାନା ଅଥବା ଉଭୟ ଦଣ୍ଡ ହୋଇପାରେ। ଏଥିସହ ଦୋଷୀ ସାବ୍ୟସ୍ତ ହେଲେ ଅତି କମ୍‌ରେ ୬ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ଅଯୋଗ୍ୟ ଘୋଷଣା କରାଯାଇପାରିବ। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ କାହାର ଜୀବନ ନେଲେ ମାମଲା ଆହୁରି ସଙ୍ଗିନ ହୋଇପାରେ। ଘଟଣାର ପରିସ୍ଥିତି ଓ ଅଭିଯୋଗ ଆଧାରରେ ବିଏନ୍‌ଏସ୍‌ର ଧାରା ୧୦୫ କିମ୍ବା ୧୦୬(୧) ସମେତ ଅନ୍ୟାନ୍ୟ ଧାରା ଲାଗିପାରେ। ଏତେ କଠୋର ଆଇନ ଥାଇ ମଧ୍ୟ ନିଶାସକ୍ତ ଚାଳକଙ୍କ ମନରେ ଭୟ ସୃଷ୍ଟି ହେଉନାହିଁ। ପୁଲିସ ଚେକିଂ କେବଳ ସ୍ବତନ୍ତ୍ର ଅଭିଯାନ କିମ୍ବା କିଛି ଦିନର ଯାଞ୍ଚରେ ସୀମିତ ରହୁଛି।

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments