Skip to content
Saturday, 14 November 2026
Breaking News
Video
Programme

 ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଅନିୟମିତତା; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନ

 ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଅନିୟମିତତା; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନ

 ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଅନିୟମିତତା; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନ

Key Points

  • କାଳିଆପାଣି :ଯାଜପୁରଜିଲ୍ଲା ସୁକିନ୍ଦା ତହସିଲ ଦୁଧୁଯୋରୀ ପଞ୍ଚାୟତ କଞ୍ଚିଚୁଆସ୍ଥିତ ରିସଷ୍ଟେନେବିଲିଟି କମ୍ପାନି ଦ୍ବାରା ପରିଚାଳିତ ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ ବ୍ୟାପକ ଅନିୟମିତା ଧରିଛି ରାଜ୍ୟ ପ୍ରଦୂଷଣ…
  • କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଥିବା ରିସଷ୍ଟେନେବିଲିଟି କମ୍ପାନିର କନସେଣ୍ଟ୍‌ ଟୁ ଅପରେଟ୍‌(ସିଟିଓ) ଲାଇସେନ୍ସକୁ ଏସ୍‌ପିସିବି ପ୍ରତ୍ୟାହାର କରିନେଇଛି।
  • ଏଥିସହ ଚୁକ୍ତିରେ ବ୍ୟାପକ ଖିଲାପ କରିଥିବା କମ୍ପାନିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

 ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଅନିୟମିତତା; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନ

 

କାଳିଆପାଣି :ଯାଜପୁରଜିଲ୍ଲା ସୁକିନ୍ଦା ତହସିଲ ଦୁଧୁଯୋରୀ ପଞ୍ଚାୟତ କଞ୍ଚିଚୁଆସ୍ଥିତ ରିସଷ୍ଟେନେବିଲିଟି କମ୍ପାନି ଦ୍ବାରା ପରିଚାଳିତ ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ ବ୍ୟାପକ ଅନିୟମିତା ଧରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଥିବା ରିସଷ୍ଟେନେବିଲିଟି କମ୍ପାନିର କନସେଣ୍ଟ୍‌ ଟୁ ଅପରେଟ୍‌(ସିଟିଓ) ଲାଇସେନ୍ସକୁ ଏସ୍‌ପିସିବି ପ୍ରତ୍ୟାହାର କରିନେଇଛି। ଏଥିସହ ଚୁକ୍ତିରେ ବ୍ୟାପକ ଖିଲାପ କରିଥିବା  କମ୍ପାନିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏସ୍‌ପିସିବି ସଦସ୍ୟ ସଚିବ ଡ. ମନୋଜ ଭି ନାୟାରଙ୍କ ସ୍ବତନ୍ତ୍ର ନୋଟିସ୍‌ ନମ୍ବର ୧୬୯୧୦/ଆଇଏନଡି-ଆଇ-ସିଓଏନ-୬୭୨୨/୧୦-୧୧-୨୦୨୬ ଏବଂ ବାୟୁ(ପିସିପି) ଆକ୍ଟ୍-୧୯୮୧ର ଧାରା ୨୧ ଓ ଜଳ(ପିସିପି) ଆକ୍ଟ୍‌-୧୯୭୪(ସ‌ଂଶୋଧିତ)ର ଧାରା ୨୫/୨୬ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦର୍ଶାଯାଇଛି। ବିଷାକ୍ତ ବର୍ଜ୍ୟ ପରିଚାଳନାର ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କାରଖାନା କର୍ତ୍ତୃପକ୍ଷ ବ୍ୟାପକ ଅବହେଳା ଓ ଅନିୟମିତା କରିଥିବା ଓ ଏସ୍‌ପିସିବି ପକ୍ଷରୁ ନୋଟିସରେ ଦର୍ଶାଯାଇଛି। ଏଥିସହ ୧୫ ଦିନ ମଧ୍ୟରେ କାରଣ ଦର୍ଶାଅ‌ ନୋଟିସର ଉତ୍ତର ରଖିବାକୁ ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପରିଚାଳନା ଦାୟିତ୍ବ ନେଇଥିବା ରିସଷ୍ଟେନେବିଲିଟି କମ୍ପାନି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।ଗତ ଅକ୍ଟୋବର ପହିଲାରେ ଏସ୍‌ପିସିବି କଳିଙ୍ଗନଗର କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ଭୂତଳ ଜଳ ପ୍ରାଧିକରଣ(ସିଜିଡବ୍ଲ୍ୟୁଏ) ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ ସମୟରେ କାରଖାନା ପରିସରରେ ବର୍ଜ୍ୟ ପରିଚାଳନାକୁ ନେଇ ବ୍ୟାପକ ଅନିୟମିତତା ଧରାପଡ଼ିଥିଲା। କାରଖାନାର ବର୍ଜ୍ୟ କୁଣ୍ଡ ଓ ଖୋଲା ଡ୍ରେନରୁ ଉଛୁଳି ପଡ଼ିଥିବା ବିଷାକ୍ତ ବର୍ଜ୍ୟ ପାର୍ଶ୍ବସ୍ଥ ଅର୍ଜୁନ ଜଙ୍ଗଲ ଆଡ଼କୁ ମାଡ଼ିଯିବାରୁ ୧୦ ହଜାରରୁ ଅଧିକ ସଂଖ୍ୟାରେ ବଡ଼ବଡ଼ ଗଛର ପତ୍ରସବୁ ପୋଡ଼ିଯାଇ ମୃତପ୍ରାୟ ଅବସ୍ଥାକୁ ଆସି ଯାଇଥିଲା। ଦେଢ଼ମାସ ଧରି ଏଠାରେ ଟସର ଚାଷ ଭୀଷଣ ପ୍ରଭାବିତ ହୋଇରହିଛି। ସେହିପରି ବିଷାକ୍ତ ବର୍ଜ୍ୟ ପ୍ରଭାବରୁ ପାରିପାର୍ଶ୍ବିକ ଅଞ୍ଚଳର ଭୂତଳ ଜଳ ସଂକ୍ରମିତ ହୋଇଥିବା ନେଇ ମାଳମାଳ ଅଭିଯୋଗ ହୋଇଥିଲା। ଅଞ୍ଚଳବାସୀ ଓ ଆଞ୍ଚଳିକ ଚାଷୀକୁଳ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେଦିନ ପ୍ରଭାବିତ କ୍ଷେତ୍ରରୁ ଏସ୍‌ପିସିବି, ସିପିସିବିଏ ଓ ସିଜିଡବ୍ଲ୍ୟୁଏ ପକ୍ଷରୁ ପୃଥକ ଭାବେ ଜଳ ନମୁନା ସଂଗ୍ରହ କରାଯାଇଥିଲା। ଏଥିସହ କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ନିମନ୍ତ୍ରିତ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପକ୍ଷରୁ ଜଳ ନମୁନା ସଂଗୃହୀତ ହୋଇଥିଲା। ଏ ସମସ୍ତ ରିପୋର୍ଟ ଏଯାବତ୍ ସାର୍ବଜନୀନ ହୋଇନଥିବା ସ୍ଥଳେ ଏସ୍‌ପିସିବି ପକ୍ଷରୁ ଆଗୁଆ କାର୍ଯ୍ୟାନୁଷ୍ଠାନ କାରଖାନା କର୍ତ୍ତୃପକ୍ଷ ଅସଲି ମୁଖା ଖୋଲି ଦେଇଥିବା କୁହାଯାଇଛି। ଏ ସଂପର୍କରେ ରିସଷ୍ଟେନେବିଲିଟି କମ୍ପାନି ସିଇଓ ଏମ୍‌ଏସ୍‌ ସୟଦଙ୍କୁ ଅବଗତ କରାଯାଇଥିଲେ ହେଁ ସେ ନିରୁତ୍ତର ରହିଥିଲେ।   

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments