Skip to content
Saturday, 14 November 2026
Breaking News
Video
Programme

 ପ୍ରତିଶୋଧ ନେବାକୁ ସାଙ୍ଗ ହେଲେ, ସୁଯୋଗ ଉଣ୍ଡି ହତ୍ୟା କରି ନଦୀରେ ଫିଙ୍ଗିଦେଲେ

 ପ୍ରତିଶୋଧ ନେବାକୁ ସାଙ୍ଗ ହେଲେ, ସୁଯୋଗ ଉଣ୍ଡି ହତ୍ୟା କରି ନଦୀରେ ଫିଙ୍ଗିଦେଲେ

 ପ୍ରତିଶୋଧ ନେବାକୁ ସାଙ୍ଗ ହେଲେ, ସୁଯୋଗ ଉଣ୍ଡି ହତ୍ୟା କରି ନଦୀରେ ଫିଙ୍ଗିଦେଲେ

Key Points

  • ବଲିଶଙ୍କରା : କୁହାଯାଏ ପ୍ରତିଶୋଧର ନିଆଁ ତୀବ୍ର।
  • ଏହା ପକ୍ଷ ଓ ପ୍ରତିପକ୍ଷ ଉଭୟଙ୍କୁ ଜଳାଇଦିଏ।
  • ଏହି ଆପ୍ତବଚନ ଆଜି ଏକ ଘଟଣାରୁ ପୁଣିଥରେ ପ୍ରମାଣିତ ହୋଇଛି।

 ପ୍ରତିଶୋଧ ନେବାକୁ ସାଙ୍ଗ ହେଲେ, ସୁଯୋଗ ଉଣ୍ଡି ହତ୍ୟା କରି ନଦୀରେ ଫିଙ୍ଗିଦେଲେ

 

ବଲିଶଙ୍କରା : କୁହାଯାଏ ପ୍ରତିଶୋଧର ନିଆଁ ତୀବ୍ର। ଏହା ପକ୍ଷ ଓ ପ୍ରତିପକ୍ଷ ଉଭୟଙ୍କୁ ଜଳାଇଦିଏ। ଏହି ଆପ୍ତବଚନ ଆଜି ଏକ ଘଟଣାରୁ ପୁଣିଥରେ ପ୍ରମାଣିତ ହୋଇଛି। ପ୍ରତିଶୋଧ ନେବାକୁ ସାଙ୍ଗ ହୋଇ ବିଶ୍ବାସ ଜନ୍ମାଇବା ପରେ ସୁଯୋଗ ଉଣ୍ଡି ହତ୍ୟା କରି ନଦୀରେ ଫିଙ୍ଗିଦେଲେ। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଅଞ୍ଚଳରେ ଘଟିଛି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାନୁସାରେ, ଚଳିତ ମାସ ୭ ତାରିଖରେ କଇଁତରା ଗ୍ରାମରେ କୌଣସି କଥାକୁ ନେଇ ଧୀରଜ ତାଣ୍ଡିଆ (୨୫) ଓ ଗୋଲାପ ତନ୍ତୀ (୨୩) ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ପରସ୍ପରକୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ। ତେବେ ଅନ୍ୟ କେତେକ ଲୋକଙ୍କ ହସ୍ତକ୍ଷେପରେ ଏହାର ସମାଧାନ ହୋଇଗଲା। କିନ୍ତୁ ଗୋଲାପ ପ୍ରତିଶୋଧ ନେବାକୁ ଓର ଉଣ୍ଡୁ ଥିଲା।  ପୁଣିଥରେ ସେ ଧୀରଜ ସହ ସାଥି ହୋଇଥିଲା।  ୯ ତାରିଖରେ ନିଜର ପ୍ରତିଶୋଧକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିଲେ।  ଗୋଲାପ ନିଜର ସାଙ୍ଗ ରମେଶ ଓରାମ ଭୋଜି କରିବା ବାହାନାରେ ଧୀରଜଙ୍କୁ ଡାକି କୁସୁମୁରା ମେଲେନଯୋର ନିକଟକୁ ନେଇଥିଲେ। ସେଠାରେ ପୂର୍ବ ବିବାଦକୁ ନେଇ ପୁଣି ଉଚ୍ଚବାଚ ହୋଇଥିଲା। ଗୋଲାପ ଓ ରମେଶ ଉଭୟ  ଧୀରଜଙ୍କୁ ପଥରରେ ଛେଚିଥିଲେ ମରିଯାଇଛି ବୋଲି ଛାଡ଼ିଦେଇଥିଲେ। ତେବେ ସେ ବଞ୍ଚିଥିବା ଜାଣି ନିକଟରେ ପ୍ରବାହିତ ଇବ୍‌ନଦୀକୁ ନେଇ ବୁଡ଼ାଇ ହତ୍ୟା କରି ନଦୀରେ ଫିଙ୍ଗି ଚାଲିଆସିଲେ। ଏନେଇ ଧୀରଜଙ୍ଗ ପରିବାର କିଞ୍ଜିରକେଲା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଆଜି ପୁଲିସ କୁସୁମୁରା ଡଙ୍ଗାଘାଟରୁ କିଞ୍ଜିରକେଲା ପୋଲିସ ଶବ ଜବତ କରିଛି। ତଦନ୍ତ ପରେ ଦୁଇ ଅଭିଯୁକ୍ତ ଗୋଲାପ ଓ ରମେଶକୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଚରାଉଚରାରେ ଉଭୟ ନିଜର ଅପରାଧ ସ୍ବୀକାର କରିଥିଲେ। ଏହାପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments