Skip to content
Saturday, 14 November 2026
Breaking News
Video
Programme

ଅବହେଳା ସୀମା ଟପିଲା: ଗ୍ରାମବାସୀଙ୍କ ଇଚ୍ଛାମୃତ୍ୟୁ ଚେତାବନୀ, ଯାତାୟାତରେ ନଦୀ ସାଜିଛି ପ୍ରତିବନ୍ଧକ

ଅବହେଳା ସୀମା ଟପିଲା: ଗ୍ରାମବାସୀଙ୍କ ଇଚ୍ଛାମୃତ୍ୟୁ ଚେତାବନୀ, ଯାତାୟାତରେ ନଦୀ ସାଜିଛି ପ୍ରତିବନ୍ଧକ

ଅବହେଳା ସୀମା ଟପିଲା: ଗ୍ରାମବାସୀଙ୍କ ଇଚ୍ଛାମୃତ୍ୟୁ ଚେତାବନୀ, ଯାତାୟାତରେ ନଦୀ ସାଜିଛି ପ୍ରତିବନ୍ଧକ

Key Points

  • ରାୟଗଡ଼ା: ଗାଁ ସମସ୍ୟା ପ୍ରଥମେ ସରପଞ୍ଚଙ୍କୁ ଜଣାଇଲୁ।
  • ତେଣୁ ଜିଲ୍ଲା ପ୍ରଶାସନ, ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିଜ ବେଦନା ଜଣାଇଲୁ।
  • ଶେଷରେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିବା ସତ୍ତ୍ବେ ଫଳ ଶୂନ।

 ଅବହେଳା ସୀମା ଟପିଲା: ଗ୍ରାମବାସୀଙ୍କ ଇଚ୍ଛାମୃତ୍ୟୁ ଚେତାବନୀ, ଯାତାୟାତରେ ନଦୀ ସାଜିଛି ପ୍ରତିବନ୍ଧକ

 

ରାୟଗଡ଼ା: ଗାଁ ସମସ୍ୟା ପ୍ରଥମେ ସରପଞ୍ଚଙ୍କୁ ଜଣାଇଲୁ। ସମାଧାନ ହୋଇଯିବ ବୋଲି ଆଶା ଥିଲା। ହେଲେ କିଛି ଦିନ ପରେ ମଉଳିଗଲା। ତେଣୁ ଜିଲ୍ଲା ପ୍ରଶାସନ, ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିଜ ବେଦନା ଜଣାଇଲୁ। ତଥାପି କୌଣସି ପଦକ୍ଷେପ ନିଆଗଲା ନାହିଁ। ଶେଷରେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିବା ସତ୍ତ୍ବେ ଫଳ ଶୂନ। ଆଉ କିଛି ବାଟ ନାହିଁ, ସପ୍ତାହେ ପରେ ସତ୍ୟାଗ୍ରହ କରିବୁ। ଯଦି ପ୍ରଶାସନ ଏଥର ଆମ ଯନ୍ତ୍ରଣା ଦୂର ନ କରେ, ତେବେ ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବୁ। ବର୍ଷବର୍ଷ ଧରି ଯାତାୟାତ ପାଇଁ ହନ୍ତସନ୍ତ ହେବାପରେ ଏଭଳି ଚେତାବନୀ ଦେଇଛନ୍ତି ରାୟଗଡ଼ା ବ୍ଲକ୍‌ ବାଇସିଂ ପଞ୍ଚାୟତର ପୂଜାରୀବମ୍ବୁ ଗ୍ରାମବାସୀ।ରାୟଗଡ଼ା ସହରଠାରୁ ମାତ୍ର ୬ କିମି ଦୂରରେ ଏହି ଗାଁରେ ପ୍ରାୟ ୭୦ ପରିବାର ବସବାସ କରନ୍ତି। ତଥାପି ଦୁର୍ଗମ ଅଞ୍ଚଳ ଭଳି ମୌଳିକ ସୁବିଧା ଏଠାରେ ଅପହଞ୍ଚ। ଗାଁର ବିକାଶରେ କଣ୍ଟା ସାଜିଛି ନାଗାବଳୀ ନଦୀ। ଏଯାଏଁ ପକ୍କା ରାସ୍ତା, ପୋଲ ହୋଇନଥିବାରୁ ଭରା ନଈରେ ପଶି ପାର୍‌ ହେଲେ ବଞ୍ଚୁଛି ଜୀବନ, ମିଳୁଛି ଜୀବିକା। ବିଶେଷ କରି ଗର୍ଭବତୀ, ରୋଗୀଙ୍କୁ ନେବା ପାଇଁ ଆସିପାରୁନି ଆମ୍ବୁଲାନ୍ସ। ଭତ୍ତା, ଚାଉଳ ଆଣିବା ନିମନ୍ତେ ନଦୀରେ ଜୀବନ ବାଜି ଲାଗୁଛି। ଗତ ଦୁଇ ବର୍ଷ ମଧ୍ୟରେ ନଦୀରେ ଭାସିଯାଇ ଦୁଇଟି ଅମୂଲ୍ୟ ଜୀବନ ଚାଲିଗଲାଣି। ଗତ ଅକ୍ଟୋବର ୨୯ରେ ଜଣେ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିବାକୁ ପଡ଼ିଥିଲା। ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି ଏବଂ ଆଶାକର୍ମୀ ମଧ୍ୟ ଗାଁରେ ପହଞ୍ଚି ସେବା ପ୍ରଦାନରେ ଅସୁବିଧା ଭୋଗୁଛନ୍ତି। ରାସ୍ତା ଅଭାବରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ, ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।ରାସ୍ତାଟିଏ ହୋଇଗଲେ ଅଧାରୁ ଅଧିକ ସମସ୍ୟାର ସମାଧାନ ହୋଇଯିବ ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ପ୍ରଶାସନକୁ ପୁଣି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୧୭ ତାରିଖ ସୁଦ୍ଧା ପ୍ରଶାସନ ରାସ୍ତା ନିର୍ମାଣ କରିବାକୁ କାର୍ଯ୍ୟାଦେଶ ପ୍ରଦାନ ନ କଲେ ୧୮ ତାରିଖରୁ ସତ୍ୟାଗ୍ରହ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କ ଏହି ଦାବିକୁ ସମାଜସେବୀ ବଳରାମ ପଣ୍ଡା ସମର୍ଥନ ଜଣାଇଛନ୍ତି। ପ୍ରଶାସନ ଏଥର ଠୋସ୍‌ ପଦକ୍ଷେପ ନ ନେଲେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିବୁ ବୋଲି ପଙ୍କଜ ବିଡିକା, ଜଗନ୍ନାଥ କଲାକା, ସୁରେଶ କଲାକା, ଅଜିତ କଲାକା, ପ୍ରକାଶ କଲାକା, ବିନତି ବିଡିକା, ସିଦ୍ଧାର୍ଥ ବିଡିକା, ସଞ୍ଜୟ ଜିଲାକାରା ପ୍ରମୁଖ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments