Skip to content
Saturday, 14 November 2026
Breaking News
Video
Programme

ରାସ୍ତା ସମସ୍ୟା ଶୁଣିଲାନି ପ୍ରଶାସନ, ଓଡିଶା ଆନ୍ଧ୍ର ରାସ୍ତା ଅବରୋଧ  

ରାସ୍ତା ସମସ୍ୟା ଶୁଣିଲାନି ପ୍ରଶାସନ, ଓଡିଶା ଆନ୍ଧ୍ର ରାସ୍ତା ଅବରୋଧ  

ରାସ୍ତା ସମସ୍ୟା ଶୁଣିଲାନି ପ୍ରଶାସନ, ଓଡିଶା ଆନ୍ଧ୍ର ରାସ୍ତା ଅବରୋଧ   

Key Points

  • ରାୟଗଡା: ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ଦାବି କରୁଥିଲେ ଓଡିଶା ଆନ୍ଧ୍ରପ୍ରଦେଶର ସୀମାନ୍ତ ବାସିନ୍ଦା ।
  • ଚେତାବନୀ ମଧ୍ୟ ଦେଇଥଲେ ରାସ୍ତା ଅବରୋଧ ପାଇଁ ।
  • ପ୍ରଶାସନ ଗ୍ରାମବାସୀଙ୍କ ସହ ଆଲୋଚନା କରି ରାସ୍ତା ସମସ୍ୟାର ସମାଧାନର ବାଟ ବାହାର କଲାନାହିଁ ।

ରାସ୍ତା ସମସ୍ୟା ଶୁଣିଲାନି ପ୍ରଶାସନ, ଓଡିଶା ଆନ୍ଧ୍ର ରାସ୍ତା ଅବରୋଧ

 

ରାୟଗଡା: ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ଦାବି କରୁଥିଲେ ଓଡିଶା ଆନ୍ଧ୍ରପ୍ରଦେଶର ସୀମାନ୍ତ ବାସିନ୍ଦା । କିନ୍ତୁ ପ୍ରଶାସନ ଶୁଣିଲାନି । ଚେତାବନୀ ମଧ୍ୟ ଦେଇଥଲେ ରାସ୍ତା ଅବରୋଧ ପାଇଁ । ପ୍ରଶାସନ ଗ୍ରାମବାସୀଙ୍କ ସହ ଆଲୋଚନା କରି ରାସ୍ତା ସମସ୍ୟାର ସମାଧାନର ବାଟ ବାହାର କଲାନାହିଁ । ଆଜି ଓଡିଶା ସୀମାନ୍ତ କେରଡା ଗ୍ରାମ ପଞ୍ଚାୟତର ଶତାଧିକ ଗ୍ରାମ ବାସିନ୍ଦା ପ୍ରଶାସନିକ ଉଦାସୀନତାକୁ ବି‌ରୋଧ କରିବା ସହ ଆଜି ସୀମାନ୍ତ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ କେରଡା ରାସ୍ତା ଦେଇ ସୀମାନ୍ତ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୀମାନ୍ତ କେରଡା ପଞ୍ଚାୟତର ଗ୍ରାମବାସୀ ମାନେ ଅନିଜା ଗ୍ରାମ, ଏମ୍ପଲବାଲାସା ଗ୍ରାମ ଠାରୁ ଆନ୍ଧ୍ର ସୀମା ଯାଏଁ ପିଚୁରାସ୍ତା ଓ ଅନିଜାଠାରୁ ଇସ୍କାପାଲମ(ବୋର ହାଲୁଆ) ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ଦାବି କରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । ପ୍ରଶାସନ ଯଦି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ ନକରେ ତେବେ ତେବେ ଅବରୋଧ ଏବଂ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି । ରାସ୍ତା ଅବରୋଧ କରିବା ପରେ ଶେଷଖାଲ ଥାନା ଅଞ୍ଚଳର ପୁଲିସ ଟିମ ରାସ୍ତା ଅବରୋଧ ସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି । କିନ୍ତୁ ଦାବି ପୁରଣ ପାଇଁ ଠୋସ ପଦ‌କ୍ଷେପ ଗ୍ରହଣ କରାନଗଲେ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଗ୍ରାମବାସୀମାନେ ସ୍ପଷ୍ଟ କରିଛନ୍ତି । ଏମ୍ପଲବାଲାସା ଗ୍ରାମର ଜ୍ୟୋତି କିଲାକା ଅଭିଯୋଗ କରି କହିଛନ୍ତି ବେସରକାରୀ ରିସୋର୍ଟକୁ ରାସ୍ତା ପାଇଁ ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି, କିନ୍ତୁ ଆମ ଗ୍ରାମର ମୌଳିକ ଦାବିକୁ କାହିଁକି ଶୁଣୁନି । ପ୍ରଶାସନ ସାଧାରଣ ଲୋକ ପାଇଁ ନା ବେପାରୀଙ୍କ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଜ୍ୟୋତି କିଲାକା ।ସୂଚନାରୁ ଜଣାପଡିଛି ଆନ୍ଧ୍ର ପ୍ରଦେଶ ସୀମାନ୍ତ ଅଞ୍ଚଳର ଓଡିଶାର ଗ୍ରାମଗୁଡିକ ପାଇଁ ଦୀର୍ଘ ବର୍ଷ ହେଲା ରାସ୍ତା ନିର୍ମାଣ କରାଯାଉନି । ମାତ୍ର ୩କିମି ସୀମାନ୍ତ ଅଞ୍ଚଳ ରାସ୍ତା ଓ ମୌଳିକ ସୁବିଧା ଯୋଗାଇଦେବାକୁ ଯଦି ସରକାର ଓ ପ୍ରଶାସନ ତତ୍ପରତା ପ୍ରକାଶ କରୁନାହାନ୍ତି ତେବେ ଓଡିଶା ଲୋକ କାହିଁକି ଆନ୍ଧ୍ରପ୍ରଦେଶକୁ ସମର୍ଥନ କରିବେ ନାହିଁ ବୋଲି କିଶୋର ଜିଲାକାରା କହିଛନ୍ତି । ୬ମାସ ତଳେ ଏହି ରାସ୍ତାକୁ ଓଡ଼ିଶା ନିର୍ମାଣ କରୁନଥିବାରୁ ଆନ୍ଧ୍ରପ୍ରଦେଶ ନିର୍ମାଣ କରୁଥିଲା | କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ରାୟଗଡା ତହସିଲଦାର ପ୍ରିୟଦର୍ଶନୀ ସ୍ବାଇଁ ଘଟଣାସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ତାଗିଦ କରିଥିଲେ ଓ ରାସ୍ତା ବନ୍ଦ ହୋଇଥିଲା ।ଏହାପରେ ପ୍ରଶାସନ ଖୁବ ଶୀଘ୍ର ରାସ୍ତା ନିର୍ମାଣ ହେବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । କିନ୍ତୁ ଘଟଣାର ୬ମାସ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଏନେଇ ଗ୍ରାମବାସୀମାନେ ନିକଟରେ ମେ ମାସ ଏବଂ ଅକ୍ଟୋବର ମାସରେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରିଥିଲେ । ଅବରୋଧସ୍ଥଳରେ କେରଡା ସରପଞ୍ଚ ବିଜୟଲକ୍ଷ୍ମୀ କଲକା, ପୂର୍ବତନ ସରପଞ୍ଚ ମିନାରାଓ ହିମିରିକା, ବଳରାମ ଜିଲାକାର ଓ ଅନ୍ୟମାନେ ଉପସ୍ଥିତ ରହିଛନ୍ତି । ରାସ୍ତା ଅବରୋଧ ହୋଇ ଏକ ଘଣ୍ଟାରୁ ଉର୍ଧ୍ବ ସମୟ ହୋଇଥିଲେ ମଧ୍ୟ ପ୍ରଶାସନର କେହି ଅଧିକାରୀ ଆଲୋଚନା ନିମନ୍ତେ ପହଁଚି ନଥିବା ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments