ବରଗଡ଼କୁ ଚାଲାଣ ହେଉଥିବାବେଳେ ସମ୍ବଲପୁରରୁ ବିପୁଳ କୋରେକ୍ସ ଏବଂ ନିଶା ଟାବଲେଟ ଜବତ
ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ କୋରେକ୍ସ ଏବଂ ନିଶା ଟାବଲେଟ ଜବତ କରାଯାଇଛି l କଟକ ଜଗତପୁରରୁ ସମ୍ବଲପୁରଆସୁଥିବାବେଳେ ସମ୍ବଲପୁର ହାତିବାରୀରେ କୋରେକ୍ସ ଗାଡିକୁ ପିଛା କରି ଧରିଛି ଅବକାରୀ ବିଭାଗ | ଏହି ନିଶା ସାମଗ୍ରୀ ସମ୍ବଲପୁରରୁ ପୁଣି ବରଗଡ଼ ଜିଲ୍ଲାକୁ ଯାଇଥାନ୍ତା lତେବେ ଖବର ପାଇ ଅବକାରୀ ବିଭାଗ ରେଢ଼ାଖୋଲ ଅଂଚଳରୁ ପିକଅପ ଗାଡିକୁ ପିଛା କରିଥିଲା l ହାତିବାରୀ ଟୋଲଗେଟରେ ପିକଅପକୁ ଅଟକ ରଖିବା ପରେ ସେଥିରୁ ପ୍ରାୟ ୨୪୦୦ ବୋତଲ କଫ ସିରଫ ଓ ୧୦୦୦ରୁ ଉର୍ଦ୍ଧ୍ବ ନିଶା ବଟିକା ଜବତ ହୋଇଛି l ଏହି ଘଟଣାରେ ଡ୍ରାଇଭରକୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ |









Comments