ସେଣ୍ଟ୍ରାଲ ବ୍ୟାଙ୍କର ମେଗା କୃଷି ଋଣ ଆଉଟରିଚ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ମେଗା କୃଷି ଋଣ ଆଉଟରିଚ୍ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ଆଉଟରିଚ୍ କାର୍ଯ୍ୟକ୍ରମ ଧଉଳିସ୍ଥିତ ରୁଚିକା କନଭେନସନ୍ ହଲ୍ରେ ହୋଇଛି।ଏଥିରେ ଭୁବନେଶ୍ୱରର ଏବିଡିଓ ସ୍ମୃତିଶ୍ରୀ ଶତପଥୀ, ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାକେଶ କୁମାର ସିଂ, ମୁଖ୍ୟ ପ୍ରବନ୍ଧକ ପ୍ରିୟମ୍ବଦା ନାୟକ, ମୁଖ୍ୟ ପ୍ରବନ୍ଧକ ବିଜନ ନାୟକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୬୫ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା।









Comments