Skip to content
Saturday, 14 November 2026
Breaking News
Video
Programme

ରାସ୍ତାରେ ବେଆଇନ ବସ୍ ପାର୍କିଂ: ବଢ଼ୁଛି ଅସନ୍ତୋଷ

ରାସ୍ତାରେ ବେଆଇନ ବସ୍ ପାର୍କିଂ: ବଢ଼ୁଛି ଅସନ୍ତୋଷ

ରାସ୍ତାରେ ବେଆଇନ ବସ୍ ପାର୍କିଂ: ବଢ଼ୁଛି ଅସନ୍ତୋଷ

Key Points

  • ନ୍ଦ୍ରଶେଖରପୁର: ଆବାସିକ ଅଞ୍ଚଳ ରାସ୍ତାରେ ବସ୍‌ ପାର୍କିଂ କରିବା ସହ ଗାଡ଼ି ଧୁଆଧୋଇ କରି ପରିମଳ ବ୍ୟବସ୍ଥାକୁ ବିଗାଡ଼ିବା‌ରେ ଲାଗିଛନ୍ତି।
  • ମାସେ ହେଲା ଚନ୍ଦ୍ରଶେଖରପୁରସ୍ଥିତ ବିଡିଏ କଲୋନିଠାରୁ ଆଚାର୍ଯ୍ୟ ହରିହର କଲେଜକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି।
  • ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରାସ୍ତାରେ ବେଆଇନ ବସ୍ ପାର୍କିଂ: ବଢ଼ୁଛି ଅସନ୍ତୋଷ

 

ନ୍ଦ୍ରଶେଖରପୁର: ଆବାସିକ ଅଞ୍ଚଳ ରାସ୍ତାରେ ବସ୍‌ ପାର୍କିଂ କରିବା ସହ ଗାଡ଼ି ଧୁଆଧୋଇ କରି ପରିମଳ ବ୍ୟବସ୍ଥାକୁ ବିଗାଡ଼ିବା‌ରେ ଲାଗିଛନ୍ତି। ମାସେ ହେଲା ଚନ୍ଦ୍ରଶେଖରପୁରସ୍ଥିତ ବିଡିଏ କଲୋନିଠାରୁ ଆଚାର୍ଯ୍ୟ ହରିହର କଲେଜକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଅଭିଯୋଗ ଅନୁଯାୟୀ, ପ୍ରାଚୀ କଲୋନି ଆବାସିକ ପ୍ରକଳ୍ପର ଆବଣ୍ଟିତ ଏକ ପ୍ଲଟ୍‌ରେ ବ୍ୟବସାୟିକ ଭିତ୍ତିରେ ବସ୍ ଧୋଇବା କାର୍ଯ୍ୟ ଚାଲିଛି। ପ୍ରତିଦିନ ରାସ୍ତାପାର୍ଶ୍ବରେ ବସ୍‌ ପାର୍କିଂ ହେଉଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ରାସ୍ତାକଡ଼ରେ ବସ୍‌ଗୁଡ଼ିକ ଦୀର୍ଘ ସମୟ ଧରି ରହୁଥିବାରୁ ବିଏମ୍‌ସିର ନିୟମିତ ରାସ୍ତା ସଫେଇ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ବସ୍‌ ଯାତାୟାତ, ବିକଟାଳ ହର୍ଣ, ଧୋଇବା କାର୍ଯ୍ୟ ଓ ରାସ୍ତା ଅବରୋଧ ଯୋଗୁଁ ଆବାସିକ ଅଞ୍ଚଳର ସ୍ୱାଭାବିକ ଜୀବନଯାପନ ବ୍ୟାହତ ହେଉଛି। ଏହି କାର୍ଯ୍ୟର ବୈଧତା, ଜମିର ବ୍ୟବହାର ଓ ଆବଶ୍ୟକ ଅନୁମତି ସମ୍ପର୍କରେ ତଦନ୍ତ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି ଜଣାଇଛନ୍ତି। ବିଡିଏ, ବିଏମ୍‌ସି, ଟ୍ରାଫିକ୍ ପୁଲିସ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି।

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments