Skip to content
Saturday, 14 November 2026
Breaking News
Video
Programme

ଦୀପାବଳିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ: ଦୁର୍ବିପାକ ପାଇଁ ଆଡ଼ମ୍ବରପୂର୍ଣ୍ଣ ଦୀପାବଳିରୁ ଦୂରେଇ ରହିଲେ

ଦୀପାବଳିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ: ଦୁର୍ବିପାକ ପାଇଁ ଆଡ଼ମ୍ବରପୂର୍ଣ୍ଣ ଦୀପାବଳିରୁ ଦୂରେଇ ରହିଲେ

ଦୀପାବଳିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ: ଦୁର୍ବିପାକ ପାଇଁ ଆଡ଼ମ୍ବରପୂର୍ଣ୍ଣ ଦୀପାବଳିରୁ ଦୂରେଇ ରହିଲେ

Key Points

  • କେନ୍ଦୁଝର: ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ରାଜ୍ୟବାସୀ ପ୍ରଭାବିତ ହୋଇଥିବାରୁ ଆଡ଼ମ୍ବରପୂର୍ଣ୍ଣ ଦୀପାବଳି ପାଳନରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
  • କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ ନକରି ସର୍କିଟ୍‌ ହାଉସ୍‌ରେ ଅଭିଯୋଗ ଶୁଣାଣି କରିଛନ୍ତି।
  • ଶତାଧିକ ଲୋକ ନିଜ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।

ଦୀପାବଳିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ: ଦୁର୍ବିପାକ ପାଇଁ ଆଡ଼ମ୍ବରପୂର୍ଣ୍ଣ ଦୀପାବଳିରୁ ଦୂରେଇ ରହିଲେ

 

କେନ୍ଦୁଝର: ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ରାଜ୍ୟବାସୀ ପ୍ରଭାବିତ ହୋଇଥିବାରୁ ଆଡ଼ମ୍ବରପୂର୍ଣ୍ଣ ଦୀପାବଳି ପାଳନରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ ନକରି ସର୍କିଟ୍‌ ହାଉସ୍‌ରେ ଅଭିଯୋଗ ଶୁଣାଣି କରିଛନ୍ତି। ଶତାଧିକ ଲୋକ ନିଜ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।  ଅଭିଯୋଗ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟର ସହ ଶୁଣିଥିଲେ। ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସହ କିଛି ଜିଲ୍ଲାସ୍ତରୀୟ ପ୍ରସଙ୍ଗ ଆସିଥିଲା। ଲୋକଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ବିଶେଷ କରି ଦିବ୍ୟାଙ୍ଗ ଓ ଜଟିଳ ରୋଗରେ ପୀଡ଼ିତଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ। ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ଅଭିଯୋଗ ଗ୍ରହଣ କରିବା ବଡ଼ କଥା ନୁହେଁ, ସେଗୁଡ଼ିକର ସମାଧାନ ଦିଗରେ ଅଧିକାରୀମାନେ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜନତାଙ୍କ ଅକୁଣ୍ଠ ବିଶ୍ୱାସ ଓ ଆସ୍ଥା ଆମକୁ ପ୍ରତିଦିନ ନିରନ୍ତର ସେବା କରିବା ପାଇଁ ଶକ୍ତି ଯୋଗାଉଛି। ଆମ ସରକାରରେ କେହି ଜଣେ ବି ଯେପରି ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସବୁ ପ୍ରକାର ପ୍ରୟାସ କରାଯାଉଛି। ଲୋକଙ୍କ ସମସ୍ୟା ଶୁଣିବା ଓ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ସାଧାରଣ ଲୋକେ ସିଧାସଳଖ ନିଜ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଉଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିଛି।ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରି ସରକାରୀ ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଅଭିଯୋଗ ଶୁଣାଣିରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ଡିଆଇଜି ବ୍ରିଜେଶ ରାୟ, ଜିଲ୍ଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର, ଡିଏଫ୍‌ଓ ଏଚ୍‌ଡି ଧନରାଜ, ଡିଏମ୍‌ଏଫ୍‌ ସିଇଓ ଡ. ରୀନା ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆଲୋକ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments