Skip to content
Wednesday, 18 November 2026
Breaking News
Video
Programme

ଅଢେଇ ଲକ୍ଷ ଟଙ୍କାର ଶାଳ ସାଇଜ କାଠ ଜବତ

ଅଢେଇ ଲକ୍ଷ ଟଙ୍କାର ଶାଳ ସାଇଜ କାଠ ଜବତ

ଅଢେଇ ଲକ୍ଷ ଟଙ୍କାର ଶାଳ ସାଇଜ କାଠ ଜବତ

Key Points

  • ରଣପୁର : ନୟାଗଡ଼ ଜିଲ୍ଲାଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରେ ହାତୀ ଉତ୍ପାତରେ ଜୀବନ ପରେ ଜୀବନ ଚାଲିଯିବା ପରେ ଜନସାଧାରଣ ଭୟଭୀତ ହୋଇପଡ଼ିଛନ୍ତି।
  • ଶାଳ ଓ ଶାଗୁଆନ ଗଛ କଟାଇ ଭୁବନେଶ୍ୱର ଚୋରା ଚାଲାଣ କରିଚାଲିଛନ୍ତି।
  • ରଣପୁର ରେଞ୍ଜର ସିଧୁ ଚରଣ ସିଂ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦଙ୍କ ନିର୍ଦେଶରେ ରଣପୁର ଥାନା ସୁରୁକାବାଡ଼ି ଗ୍ରାମ ବିଜୟ କୁମାର ସୁବୁଦ୍ଧିଙ୍କ ଘରେ ମଙ୍ଗଳବାର ୧୭ ତାରିଖ…

ଅଢେଇ ଲକ୍ଷ ଟଙ୍କାର ଶାଳ ସାଇଜ କାଠ ଜବତ

 

ରଣପୁର : ନୟାଗଡ଼ ଜିଲ୍ଲାଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରେ ହାତୀ ଉତ୍ପାତରେ ଜୀବନ ପରେ ଜୀବନ ଚାଲିଯିବା ପରେ ଜନସାଧାରଣ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଏହାର ସୁଯୋଗ ନେଉଛନ୍ତି ମାଫିଆ। ଶାଳ ଓ ଶାଗୁଆନ ଗଛ କଟାଇ ଭୁବନେଶ୍ୱର ଚୋରା ଚାଲାଣ କରିଚାଲିଛନ୍ତି।ରଣପୁର ରେଞ୍ଜର ସିଧୁ ଚରଣ ସିଂ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦଙ୍କ ନିର୍ଦେଶରେ ରଣପୁର ଥାନା ସୁରୁକାବାଡ଼ି ଗ୍ରାମ ବିଜୟ କୁମାର ସୁବୁଦ୍ଧିଙ୍କ ଘରେ ମଙ୍ଗଳବାର ୧୭ ତାରିଖ ମଧ୍ୟାହ୍ଣରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ରଣପୁର ଥାନା ପୁଲିସ ନିରୀକ୍ଷକ ଆଶିଷଦେବ ସାହୁ ସହାୟତା କରିଥିଲେ। ବିଜୟଙ୍କ ଘରୁ ୧୨୦ ପିସ ଶାଳ ସାଇଜ଼ କାଠ ଜବତ କରିଥିଲେ। ରେଞ୍ଜରଙ୍କ ସୂଚନା ଅନୁଯାଇ ଜବତ ଶାଳ ସାଇଜ଼ କାଠର ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ। ଆଗକୁ ଏହି ଚଢ଼ାଉ ବ୍ୟାପକ କରାଯିବ। ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ବିଜୟ ଘରେ ନଥିବା ଯୋଗୁଁ ଗିରଫ କରିବା ସମ୍ଭବ ହୋଇନଥିବା ଜଣାପଡ଼ିଛି।

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments