୫ ଦଫା ଦାବିରେ ବ୍ଲକ୍ କାର୍ଯ୍ୟାଳୟ ଘେରିଲା ପାଲଟପୁର କଂଗ୍ରେସ
ଦଶରଥପୁର: ଭତ୍ତା, ଆବାସ, ପାନୀୟ ଜଳ ଆଦି ୫ ଦଫା ଦାବିରେ ପାଲଟପୁର କଂଗ୍ରେସ ପକ୍ଷରୁ ଆଜି (ମଙ୍ଗଳବାର) ଦଶରଥପୁର ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୂର୍ବାହ୍ଣରେ ପାଲଟପୁର ପଞ୍ଚାୟତର କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ଫାଟକ ସାମ୍ନାରେ ପହଞ୍ଚିଥିଲେ। ଚନ୍ଦ୍ର ଶେଖର ସାହୁଙ୍କ ସଭାପତିତ୍ୱରେ ଏକ ସଭା ହୋଇଥିଲା। ସରପଞ୍ଚ ଲିପିକା ମଲିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା, ପୂର୍ବତନ ସମିତି ସଭ୍ୟ ବିମଳ ମଲିକ, ସାମ୍ବାଦିକ ଜ୍ୟୋତି ପ୍ରକାଶ ମିଶ୍ର, ଅନନ୍ତ କୁମାର ଜେନା, ଦେବେନ୍ଦ୍ର ବେହେରା ପ୍ରମୁଖ ସରକାର ଏବଂ ପ୍ରଶାସନ ଅବହେଳା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଦଶରଥପୁର ବ୍ଲକ ଜରିଆରେ ଏକ ସ୍ମାରକପତ୍ର ଦେଇଥିଲେ। ଏଥିରେ ହିତାଧିକାରୀଙ୍କ ସମସ୍ତ ଟଙ୍କା ହାତରେ ପ୍ରଦାନ କରିବା, ପୂର୍ବରୁ ଥିବା ବକେୟା ଭତ୍ତା ରାଶି ତୁରନ୍ତ ପ୍ରଦାନ କରିବା, ଆବାସ ତାଲିକାରୁ ବାଦ୍ ପଡ଼ିଥିବା ୧୬୯ ଜଣଙ୍କୁ ସାମିଲ କରିବା, ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା, ପଞ୍ଚାୟତ ରାସ୍ତା ମରାମତି, ରାସନକାର୍ଡରେ ନୂତନ ସଦସ୍ୟଙ୍କ ନାମ ସଂଯୋଗ, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ୪୦ହଜାର ଟଙ୍କା ପ୍ରଦାନ କରିବା ଆଦି ଦାବି ରହିଛି। ଆସନ୍ତା ଏକ ମାସ ମଧ୍ୟରେ ଲୋକମାନଙ୍କ ଦାବୀ ପୂରଣ ନହେଲେ ଆମରଣ ଅନଶନରେ ବସିବେ ବୋଲି ପଞ୍ଚାୟତ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ, ଯୁବରାଜ ମଲିକ, ମଦନ ମଲିକ, ସୌମ୍ୟ ରଞ୍ଜନ ବେହେରା, ପ୍ରମୋଦ ରାଉତ, ଜ୍ୟୋତି ରଞ୍ଜନ ଜେନା, ନିରଞ୍ଜନ ଜେନା, ରାଜୀବ ମଲିକ, ଶମ୍ଭୁନାଥ ଜେନା, ରମେଶ ମଲିକ, ଅମୀୟ ତ୍ରିପାଠୀ, କୈଳାସ ବେହେରା, ନାଲୁ ମଲିକ, ଶ୍ରୀକାନ୍ତ ସାହୁ, ବିଚିତ୍ର ସାହୁ, ପୂର୍ଣ ଚନ୍ଦ୍ର ସାହୁ, ବିଜୟ ବେହେରା, ପୂର୍ଣ ଚନ୍ଦ୍ର ପରିଡା, କବିତା ଜେନା, କନକଲତା ମଲିକ, ତରବତୀ ବେହେରା, ଲଳିତ ବାରିକ, ପ୍ରମୁଖ ଉପସ୍ଥିତ ଥିଲେ।









Comments