୭ ଲକ୍ଷ ଟଙ୍କାର ପୁରସ୍କାର ଥିବା ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ, ପୁଲିସକୁ ହସ୍ତାନ୍ତର କଲେ ଅସ୍ତ୍ରଶସ୍ତ୍ର
୭ ଲକ୍ଷ ଟଙ୍କାର ପୁରସ୍କାର ଥିବା ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ, ପୁଲିସକୁ ହସ୍ତାନ୍ତର କଲେ ଅସ୍ତ୍ରଶସ୍ତ୍ର
୭ ଲକ୍ଷ ଟଙ୍କାର ପୁରସ୍କାର ଥିବା ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ, ପୁଲିସକୁ ହସ୍ତାନ୍ତର କଲେ ଅସ୍ତ୍ରଶସ୍ତ୍ର
କୋଇଡା: ମୁଣ୍ଡ ଉପରେ ମୋଟ ୭ ଲକ୍ଷ ଟଙ୍କାର ପୁରସ୍କାର ଥିବା ମାଓବାଦୀ ଦମ୍ପତି ଶୁକ୍ରବାର କୋଲକାତା ପୁଲିସ କମିସନର ଅଜୟ କୁମାର ନନ୍ଦଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଏହି ଅବସରରେ ସେମାନେ ନିଜ ନିଜ ଅସ୍ତ୍ରଶସ୍ତ୍ର ମଧ୍ୟ ହସ୍ତାନ୍ତର କରିଥିଲେ।ଆତ୍ମସମର୍ପଣ କରିଥିବା ଦମ୍ପତି ହେଲେ ମଙ୍ଗଳ ଓ ମାଳତୀ। ଉଭୟ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ଝାଡ଼ଖଣ୍ଡରେ ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। ଝାଡ଼ଖଣ୍ଡ ପୁଲିସ ମଙ୍ଗଳଙ୍କ ଗିରଫଦାରୀ ପାଇଁ ୫ ଲକ୍ଷ ଟଙ୍କା ଏବଂ ମାଳତୀଙ୍କ ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।ପୁଲିସ କମିସନର ଶ୍ରୀ ନନ୍ଦଙ୍କ ସୂଚନା ଅନୁଯାୟୀ, ମଙ୍ଗଳ ପଶ୍ଚିମ ମେଦିନୀପୁର ଜିଲ୍ଲାର ଶାଲବଣୀ ଅଞ୍ଚଳର ବାସିନ୍ଦା। ସେହିପରି ମାଳତୀ ଝାଡ଼ଗ୍ରାମ ଜିଲ୍ଲାର ଗୋପୀବଲ୍ଲଭପୁର ଅଞ୍ଚଳର। ପରବର୍ତ୍ତୀ ସମୟରେ ଉଭୟ ଝାଡ଼ଖଣ୍ଡକୁ ଯାଇ ସାରଣ୍ଡା ଜଙ୍ଗଲ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପରେ ଜଡ଼ିତ ହୋଇଥିଲେ।

