ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା, ଗାଡ଼ି ସହିତ ଜୀବନ୍ତ ଜଳିଗଲେ ଦୁଇ ଚାଳକ
ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା, ଗାଡ଼ି ସହିତ ଜୀବନ୍ତ ଜଳିଗଲେ ଦୁଇ ଚାଳକ
ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା, ଗାଡ଼ି ସହିତ ଜୀବନ୍ତ ଜଳିଗଲେ ଦୁଇ ଚାଳକ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା। ଗାଡ଼ି ସହିତ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର ।ଟ୍ରକ ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଡ୍ରାଇଭର। ଡ୍ରାଇଭରମାନଙ୍କ ପରିଚୟ ମିଳିପାରିନାହିଁ । ସେମାନେ ବିହାର ଅଂଚଳର ହୋଇଥିବା ସୂଚନା ରହିଛି । ସୁନ୍ଦରଗଡ଼ କୋଲକରିଡର ଅଁଳାବାହାଲ ଛକ ନିକଟରେ ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା।ସ୍ଥାନୀୟ ଲୋକେ ଡ୍ରାଇଭରମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଏତେ ଜୋରରେ ଥିଲା ଯେ ବଞ୍ଚାଇବା ଅସମ୍ଭବ ଥିଲା ।ଜୀଅନ୍ତା ଜଳି ମରିଗଲେ ଦୁଇ ଡ୍ରାଇଭର। ଘଟଣା ସ୍ଥଳରେ ଲେଫ୍ରିପଡା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

