Skip to content
Friday, 20 November 2026
Breaking News
Video
Programme

 ଦଶବର୍ଷରେ ୧୦ ଜିଲ୍ଲାରେ ୬୭୯ ପଞ୍ଜୀକରଣ, ନିଯୁକ୍ତି ପାିଇଛନ୍ତି ୨୭୬

 ଦଶବର୍ଷରେ ୧୦ ଜିଲ୍ଲାରେ ୬୭୯ ପଞ୍ଜୀକରଣ, ନିଯୁକ୍ତି ପାିଇଛନ୍ତି ୨୭୬

 ଦଶବର୍ଷରେ ୧୦ ଜିଲ୍ଲାରେ ୬୭୯ ପଞ୍ଜୀକରଣ, ନିଯୁକ୍ତି ପାିଇଛନ୍ତି ୨୭୬

Key Points

  • ରାଉରକେଲା: ଚାକିରି ଆଶାରେ ଯୁବକଯୁବତୀ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟରେ ପଞ୍ଜୀକରଣ କରୁଛନ୍ତି।
  • କିନ୍ତୁ ବର୍ଷବର୍ଷ ବିତିଯାଉଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତ ମିଳିପାରୁନି।
  • ବିଶେଷକରି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସଂସ୍ଥାଗୁଡ଼ିକରେ ଶିକ୍ଷିତ ଦିବ୍ୟାଙ୍ଗ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି।

 ଦଶବର୍ଷରେ ୧୦ ଜିଲ୍ଲାରେ ୬୭୯ ପଞ୍ଜୀକରଣ, ନିଯୁକ୍ତି ପାିଇଛନ୍ତି ୨୭୬

 

ରାଉରକେଲା: ଚାକିରି ଆଶାରେ ଯୁବକଯୁବତୀ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟରେ ପଞ୍ଜୀକରଣ କରୁଛନ୍ତି। କିନ୍ତୁ ବର୍ଷବର୍ଷ ବିତିଯାଉଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତ ମିଳିପାରୁନି। ବିଶେଷକରି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସଂସ୍ଥାଗୁଡ଼ିକରେ ଶିକ୍ଷିତ ଦିବ୍ୟାଙ୍ଗ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଗତ ୧୦ ବର୍ଷରେ, ଏସବୁ ଜିଲ୍ଲାରେ ୬୭୯ ଜଣ ଯୋଗ୍ୟ ଶିକ୍ଷିତ ଦିବ୍ୟାଙ୍ଗ ଯୁବକଯୁବତୀ ନିଯୁକ୍ତି ପାଇଁ ନାମ ପଞ୍ଜୀକରଣ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୭୬ ଜଣ (୪୦.୬୪%)ଙ୍କୁ ଚାକିରି ମିଳିଥିବା ବେଳେ ୪୦୩ ଜଣ ଚାତକ ପରି ଚାହିଁବସିଛନ୍ତି। ବିଡ଼ମ୍ବନା ଏହା ଯେ ପଞ୍ଜୀକରଣ ହୋଇଥିବା ଅନେକ ଜିଲ୍ଲାରେ ଜଣେ ବି ଦିବ୍ୟାଙ୍ଗଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳିନାହିଁ। ଗତ ଦଶ ବର୍ଷ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ୯୮ ଜଣ ଶିକ୍ଷିତ ଦିବ୍ୟାଙ୍ଗ ନାମ ପଞ୍ଜିକରଣ କରିଥିବାବେଳେ ଜଣଙ୍କୁ ବି ନିଯୁକ୍ତି ମିଳିପାରିନି। ସେହିଭଳି ଝାରସୁଗୁଡ଼ାରେ ୫୬ ଜଣ ଓ ସମ୍ବଲପୁର ଜିଲ୍ଲାରେ ୮୩ ଜଣ ପଞ୍ଜୀକରଣ କରିଥିଲେ ହେଁ ନିଯୁକ୍ତି ସଂଖ୍ୟା ଶୂନ ରହିଛି। ଏତଦ୍‌ବ୍ୟତୀତ ସୁବର୍ଣ୍ଣପୁର ଜିଲ୍ଲାରେ ୧୬୧ ଜଣ ପଞ୍ଜୀକୃତ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଚାକିରି ମିଳିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ୨୮୧ ଜଣ ପଞ୍ଜୀକୃତ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ ଜଣଙ୍କୁ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ ନିଯୁକ୍ତି ପଞ୍ଜୀକରଣ ଓ ଚାକିରି ପ୍ରଦାନ ତଥ୍ୟରେ ବରଗଡ଼, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ତିନି ଜିଲ୍ଲାରେ ପଞ୍ଜୀକରଣ ସଂଖ୍ୟା ଶୂନ ଦର୍ଶାଯାଇଥିଲେ ସୁଦ୍ଧା ସେଠାରେ ନିଯୁକ୍ତି ଦିଆଯାଇଥିବା ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ, ବରଗଡ଼ ଜିଲ୍ଲାରେ ଶୂନ ପଞ୍ଜୀକରଣ ସତ୍ତ୍ୱେ ୧୬୬ ଜଣଙ୍କୁ ଚାକିରି ମିଳିଥିବା ବେଳେ ଦେବଗଡ଼ରେ ୧୨ ଜଣ ଓ ବଲାଙ୍ଗୀର ଜିଲ୍ଲାରେ ୩ ଜଣ ନିଯୁକ୍ତି ପାଇଛନ୍ତି। ତେବେ ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରେ ସ୍ଥିତି ସମ୍ପୂର୍ଣ୍ଣ ନିରାଶାଜନକ ରହିଛି। ଏହି ଦୁଇ ଜିଲ୍ଲାରେ ଜଣେ ବି ଦିବ୍ୟାଙ୍ଗ ନାମ ପଞ୍ଜୀକରଣ କରିନାହାନ୍ତି କିମ୍ବା ଚାକିରି ପାଇନାହାନ୍ତି। ଉଚ୍ଚଶିକ୍ଷିତ ହେବା ସତ୍ତ୍ୱେ ନିୟମ ଅନୁଯାୟୀ ସଂରକ୍ଷଣ ଓ ନିଯୁକ୍ତି ମିଳୁନଥିବାରୁ ଦିବ୍ୟାଙ୍ଗ ଯୁବକଯୁବତୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଜୀକରଣ କରି ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ସଂସ୍ଥାଗୁଡ଼ିକରେ ଖାଲି ପଡ଼ିଥିବା ଦିବ୍ୟାଙ୍ଗ କୋଟା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments