ଲାଞ୍ଜିଆ ସୌରା ବାସସ୍ଥାନ ଅଞ୍ଚଳରେ ଭୁସ୍ଖଳନ
ଲାଞ୍ଜିଆ ସୌରା ବାସସ୍ଥାନ ଅଞ୍ଚଳରେ ଭୁସ୍ଖଳନ
ଲାଞ୍ଜିଆ ସୌରା ବାସସ୍ଥାନ ଅଞ୍ଚଳରେ ଭୁସ୍ଖଳନ
ରାୟଗଡା: ଆଜି ସକାଳେ ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଗୁଣପୁର ବ୍ଲକ ସଗଡା ପଞ୍ଚାୟତ ତାଲବେଲ ଗ୍ରାମ ନିକଟରେ ଭୁସ୍ଖଳନ ହୋଇଥିବା ସୂଚନା ମିଳିଛି । ସୂଚନାରୁ ଜଣାପଡିଛି ତାରବେଲ୍ ଗ୍ରାମରୁ ଗଜପତିଜିଲ୍ଲା ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ହୋଇଥିବା ରାସ୍ତା ଉପରେ ଏହି ଭୁସ୍ଖଳନ ହୋଇଛି । ଭୁସ୍ଖଳନ ଫଳରେ ଗୁଣପୁର ବ୍ଲକ ପୁଟାସିଂ ଓ ସଗଡା ଅଞ୍ଚଳପଟୁ ରାୟଗଡା ଓ ଗଜପତି ଜିଲ୍ଲା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗୁଣପୁର ବ୍ଲକ ସଗଡା ପଞ୍ଚାୟତର ତାରବେଲ ଗ୍ରାମ ପାଖାପାଖି ୩୦/୩୫ କିମି ଦୂର ହୋଇଥିବାରୁ ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ ପହଁଚିପାରିନାହିଁ ।ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ ଘଟଣାସ୍ଥଳକୁ ପହଁଚିବାରେ ବିଳମ୍ବିତ ହେଉଥିବା ସୂଚନାରୁ ଜଣାପଡିଛି । ଏହି ଅଞ୍ଚଳ ଗଜପତି ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳରେ ରହିଥିବାରୁ ପ୍ରବଳ ବର୍ଷା ପ୍ରଭାବରେ ପାହାଡରୁ ଭୁସ୍ଖଳନ ହୋଇ ଉଭୟ ଜିଲ୍ଲା ସୀମାନ୍ତ ସଂଯୋଗ ହେଉଥିବା ରାସ୍ତା ଅବରୋଧ ହୋଇଛି । ଆଜି ସକାଳ ପାଖାପାଖି ୯/୧୦ଟା ମଧ୍ୟରେ ଏହି ଭୁସ୍ଖଳନ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ପ୍ରଶାସନ ସୂଚନା ପହଁଚିବା ପରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଗୁଣପୁର ବ୍ଲକ, ତହସିଲ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହି ଅଞ୍ଚଳ ଆଦିମ ଜନଜାତି ଲାଞ୍ଜିଆ ସୌରIଙ୍କ ଆବାସସ୍ଥଳ ବୋଲି ଜଣାପଡିଛି I

