ଗୁଣପୁରଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ

ଗୁଣପୁରଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ

ଗୁଣପୁରଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ

ଗୁଣପୁରଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ

 

ରାୟଗଡା: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ସମୁଦାୟ ୬୮୫.୬୧ ମିଲିମିଟର ବୃଷ୍ଟିପାତ ହୋଇଥିବାବେଳେ ଗୁଣପୁରଠାରେ ସର୍ବାଧିକ ୧୧୮.୨ ମିଲିମିଟର ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇଥିବାବେଳେ ଗୁଣପୁରଠାରେ ମଧ୍ୟ ବଂଶଧାରା ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ଏଠାରେ ସତର୍କ ସଙ୍କେତ ୮୩.୦୦ ମିଟର ରହିଥିବା ବେଳେ ବିପଦ ସଙ୍କେଦ ୮୪ .୦୦ ମିଟର ରହିଛି ।ସକାଳ ୧୦ ଘଣ୍ଟା ସୁଦ୍ଧା ଗୁଣପୁରଠାରେ ବଂଶଧାରା ନଦୀର ଜଳ ସ୍ତର ୮୩.୩୫ ମିଟରରେ ପ୍ରବାହିତ ହେଉଛି । ଅର୍ଥାତ ଗୁଣପୁରଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗଜପତିଜିଲ୍ଲା ହରଭଙ୍ଗୀ ଡ୍ୟାମରୁ ୨ ଗୋଟି ଗେଟ ମାଧ୍ୟମରେ ୫୪୩ .୧୩୪ କ୍ୟୁମିକ୍ସ ଜଳ ନିଷ୍କାସିତ ହୋଇ ନଦୀରେ ମିଶୁଥିବାରୁ ଗୁଣପୁରଠାରେ ବଂଶଧାରା ନଦୀର ଜଳ ସ୍ତର ବୃଦ୍ଧି ଘଟିଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂତ୍ରରୁ ଜଣାପଡିଛି । ଏନେଇ ସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି I