କାର୍ ଧକ୍କାରେ ବାଇକ ଆରୋହୀ ମୃତ
କାର୍ ଧକ୍କାରେ ବାଇକ ଆରୋହୀ ମୃତ
କାର୍ ଧକ୍କାରେ ବାଇକ ଆରୋହୀ ମୃତ
ଆନନ୍ଦପୁର: ୨୦ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା କନ୍ତୋ ନିକଟରେ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁହୋଇଛି l ମୃତକ ସ୍ଥାନୀୟ ଭାଲୁକୁମା ଗ୍ରାମର ଜଗୁ ପ୍ରଧାନ (୫୮)l ଆଜି ପୂର୍ବାହ୍ନ ସାଢେ ଦଶଟା ସମୟରେ ଜଗୁ ବାଇକରେ ଯାଉଥିବା ବେଳେ କେନ୍ଦୁଝର ଆଡକୁ ଯାଉଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା lଦୁର୍ଘଟଣା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘସିପୁରା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

