ଯୋଡ଼ା ସହରରେ ପଶିଲା ଦନ୍ତା ହାତୀ: ଭାଙ୍ଗିଲା ଗେଟ୍ ଓ ପାଚେରୀ
ଯୋଡ଼ା ସହରରେ ପଶିଲା ଦନ୍ତା ହାତୀ: ଭାଙ୍ଗିଲା ଗେଟ୍ ଓ ପାଚେରୀ
ଯୋଡ଼ା ସହରରେ ପଶିଲା ଦନ୍ତା ହାତୀ: ଭାଙ୍ଗିଲା ଗେଟ୍ ଓ ପାଚେରୀ
ଯୋଡ଼ା: ଯୋଡ଼ା ସହର ଭିତରକୁ ପଶିଲା ଗୋଠଛଡ଼ା ଦନ୍ତା ହାତୀ। ଗତ ରାତିଏକ ଦନ୍ତା ହାତୀ ସହରକୁ ପଶି ଆସିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।ଦନ୍ତା ହାତୀଟି ପ୍ରଥମେ ବାଚୁ ହଟିଂ ନିକଟ ଦେଇ ସହର ମଧ୍ୟକୁ ପ୍ରବେଶ କରିଥିଲା। ପରେ ଅଞ୍ଚଳରେ ଉପଦ୍ରବ ଚଳାଇ ଏକ ଘରର ଗେଟ୍ ଏବଂ ପାଚେରୀ ଭାଙ୍ଗି ଦେଇଛି। ହାତୀଟି ଆଜାଦ୍ ବସ୍ତି ନିକଟରେ ଦେଖିବାକୁ ମିଳିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।

