ଶ୍ବଶୁର ଘରୁ ଗହଣା ଚୋରି କରି ବନ୍ଧା ହେଲା ଜ୍ବାଇଁ

ଶ୍ବଶୁର ଘରୁ ଗହଣା ଚୋରି କରି ବନ୍ଧା ହେଲା ଜ୍ବାଇଁ

ଶ୍ବଶୁର ଘରୁ ଗହଣା ଚୋରି କରି ବନ୍ଧା ହେଲା ଜ୍ବାଇଁ

ଶ୍ବଶୁର ଘରୁ ଗହଣା ଚୋରି କରି ବନ୍ଧା ହେଲା ଜ୍ବାଇଁ

ଭୁବନେଶ୍ବର: ଶ୍ବଶୁର ଘରୁ ଗହଣା ଚୋରି କରିବା ଅଭିଯୋଗରେ ଜ୍ବାଇଁକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜ୍ବାଇଁ ହେଉଛି ନୟାଗଡ଼ ଓଡ଼ଗାଁସ୍ଥିତ ରଙ୍ଗଣିପାଟଣାର ରାଜେଶ ସାହୁ। ଗତକାଲି ବିଳମ୍ବିତ ରାତିରେ ପୁଲିସ ତାକୁ ଓଡ଼ଗାଁରୁ ଗିରଫ କରିଛି। ଅପରପଟେ ଚୋରି ସୁନା ଜବତ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅଭିଯୁକ୍ତ ରାଜେଶ ୟୁନିଟ୍-୮ସ୍ଥିତ ଗାର୍ଲ୍ସ ହାଇସ୍କୁଲ୍ ନିକଟରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଝିଅକୁ ପ୍ରେମ ବିବାହ କରି ଶ୍ବଶୁର ଘରେ ରହୁଥିଲେ। ଗତ ଜୁନ ମାସରେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ରେଖା ଘରେ ନଥିବା ବେଳେ ଆଲ୍‌ମିରା ଭାଙ୍ଗି ଗହଣା ସୁନା ମୁଦି, ମଙ୍ଗଳସୂତ୍ର, ସୁନା ସିନ୍ଥି ଓ ରୁପା ଗହଣା ଚୋରି ହୋଇଥିଲା। ଏନେଇ ରେଖା ଜେନା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ କେନ୍ଦ୍ର କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ରେଖାଙ୍କ ଜ୍ବାଇଁ ରାଜେଶ ଏହି ଚୋରି କରିିଛି। ଏପରିକି ଅଭିଯୁକ୍ତ ରାଜେଶ ଚୋରି ସୁନାକୁ ନୟାଗଡ଼ର ଏକ ଫାଇନାନ୍ସ ସଂସ୍ଥାରେ ବନ୍ଧା ପକାଇଥିଲା।ଏହି ବନ୍ଧା ଟଙ୍କାରେ ଏକ ବାଇକ୍‌ କିଣିଥିଲା। ତେବେ ଘଟଣାପରଠାରୁ ରାଜେଶ ଚାରିମାସ ଧରି ଫେରାର ହୋଇଯାଇଥିଲା। ପ୍ରଥମେ ସିକନ୍ଦରାବାଦ ଓ ପରେ ହାଇଦ୍ରାବାଦରେ ଲୁଚିବା ପରେ ଦଶହରା ପାଇଁ ଗାଁକୁ ଫେରିଥିଲା। ଖବର ପାଇ ପୁଲିସ ଚଢ଼ଉ କରି ତାକୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ଇନ୍ଦ୍ରଧନୁ ମାର୍କେଟରୁ ଜଣେ ମହିଳାଙ୍କ ଭ୍ୟାନିଟିରୁ ମୋବାଇଲ ଚୋରି କରି ରାଜେଶ ଗିରଫ ହୋଇଥିଲା।