ମହାମହିମ ରାଷ୍ଟ୍ରପତିଙ୍କ ତିନି ଦିନିଆ ଗସ୍ତକୁ ନେଇ ରାଇରଙ୍ଗପୁର  ପ୍ରଶାସନର ତତ୍ପରତା। ସ୍ଥିତି ସମିକ୍ଷା କଲେ ଜିଲ୍ଲାପାଳ ଓ ଏସପି

ମହାମହିମ ରାଷ୍ଟ୍ରପତିଙ୍କ ତିନି ଦିନିଆ ଗସ୍ତକୁ ନେଇ ରାଇରଙ୍ଗପୁର  ପ୍ରଶାସନର ତତ୍ପରତା। ସ୍ଥିତି ସମିକ୍ଷା କଲେ ଜିଲ୍ଲାପାଳ ଓ ଏସପି

ମହାମହିମ ରାଷ୍ଟ୍ରପତିଙ୍କ ତିନି ଦିନିଆ ଗସ୍ତକୁ ନେଇ ରାଇରଙ୍ଗପୁର  ପ୍ରଶାସନର ତତ୍ପରତା। ସ୍ଥିତି ସମିକ୍ଷା କଲେ ଜିଲ୍ଲାପାଳ ଓ ଏସପି
ମହାମହିମ ରାଷ୍ଟ୍ରପତିଙ୍କ ତିନି ଦିନିଆ ଗସ୍ତକୁ ନେଇ ରାଇରଙ୍ଗପୁର  ପ୍ରଶାସନର ତତ୍ପରତା। ସ୍ଥିତି ସମିକ୍ଷା କଲେ ଜିଲ୍ଲାପାଳ ଓ ଏସପି
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ସତ୍ତ୍ୱେ ପ୍ରଶାସନ ତତ୍ପର | ନଭେମ୍ବର ୩, ୪ ଓ ୫ରେ ତିନି ଦିନିଆ ଗସ୍ତ କାର୍ଯ୍ୟକ୍ରମ
ରାଇରଙ୍ଗପୁର/(କଳିଙ୍ଗ ବିକାଶ )୨୯ ଅକ୍ଟୋବର: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ରାଇରଙ୍ଗପୁର ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆସନ୍ତା ନଭେମ୍ବର ୩,୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ଓ ଯାତାୟାତ ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ନେତୃତ୍ୱରେ ମୟୂରଭଞ୍ଜ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀ, ରାଇରଙ୍ଗପୁର ପୁଲିସ ଜିଲ୍ଲା ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ର, ବାମନଘାଟି ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ସ୍ଥାନୀୟ ଉପଜିଲ୍ଲାପାଳ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏହି ପରିଦର୍ଶନରେ ସାମିଲ ହୋଇଥିଲେ।
ପ୍ରଶାସନିକ ଟିମ୍ ବହଳଦାସ୍ଥିତ ଐତିହାସିକ ମା’ କିଚକେଶ୍ୱରୀ ମନ୍ଦିର, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ଗୋରୁମହିଷାଣୀସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର (MSDC) ସମେତ ପୁନଃବିକଶିତ ରାଇରଙ୍ଗପୁର ଓ ବାଦାମପାହାଡ଼ ଅମୃତ ଭାରତ ରେଳ ଷ୍ଟେସନ ପରିଦର୍ଶନ କରିଥିଲେ। ଏହି ସମସ୍ତ ସ୍ଥାନରେ ଆବଶ୍ୟକ ସୁବିଧା, ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା।
ଏଥିସହ ରାଇରଙ୍ଗପୁର କଚେରୀ ପଡ଼ିଆରେ ପ୍ରସ୍ତାବିତ ବିଶାଳ ସାଧାରଣ ସଭା ପାଇଁ ସଭାସ୍ଥଳର ପ୍ରସ୍ତୁତି, ସୁରକ୍ଷା ବଳୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ତନ୍ନତନ୍ନ ଯାଞ୍ଚ କରାଯାଇଥିଲା।
ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଭିଭିଆଇପି ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ଯାତାୟାତର ସୁଗମତା, ହେଲିପ୍ୟାଡ୍ ନିର୍ମାଣ ଓ ସଭାସ୍ଥଳ ପରିଚାଳନା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରତିକୂଳ ପାଗର ସମ୍ଭାବନା ଥିବାରୁ ଆବଶ୍ୟକ ପ୍ରସ୍ତୁତି ଓ ବିଭାଗୀୟ ସମନ୍ୱୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଗସ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ଓ ସଫଳତାର ସହ ସମ୍ପନ୍ନ କରିବା ପାଇଁ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନର ତତ୍ପରତା ଏବେ ଶୀର୍ଷରେ ପହଞ୍ଚିଛି।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ ଷଡ଼ଙ୍ଗୀ ଙ୍କ  ରିପୋର୍ଟ କଳିଙ୍ଗ ବିକାଶ ।