ରୟତି ଢୋଲମରା କଲ୍ୟାଣ ମଣ୍ଡପ ଅଧାପନ୍ତରିଆ: ବିକାଶ ପାଇଁ ପ୍ରଶାସନର ଆନ୍ତରିକତା ନାହିଁ
ରୟତି ଢୋଲମରା କଲ୍ୟାଣ ମଣ୍ଡପ ଅଧାପନ୍ତରିଆ: ବିକାଶ ପାଇଁ ପ୍ରଶାସନର ଆନ୍ତରିକତା ନାହିଁ
ରୟତି ଢୋଲମରା କଲ୍ୟାଣ ମଣ୍ଡପ ଅଧାପନ୍ତରିଆ: ବିକାଶ ପାଇଁ ପ୍ରଶାସନର ଆନ୍ତରିକତା ନାହିଁ
ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତଢୋଲମରା ପଞ୍ଚାୟତରେ ଗତ ଦୁଇବର୍ଷ ତଳୁ ଆରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ରୟତ ଢୋଲମରା ପଞ୍ଚାୟତ ଅଧୀନ ନୃସିଂହପ୍ରସାଦ ୨୦୨୨ ମସିହାରେ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ହୋଇଥିଲା। ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏଥି ନିମନ୍ତେ ବିଧାୟକ ହାତପାଣ୍ଠିରୁ ୯ ଲକ୍ଷ ଅନୁଦାନ ରାଶି ମଞ୍ଜୁର କରିଥିବା ବେଳେ ପଞ୍ଚାୟତ ପକ୍ଷରୁ ଏହାର ନିର୍ମାଣ କାମ ହାତକୁ ନିଆଯାଇଥିଲା। ସେହିପରି ରାଜ୍ୟ ସରକାର ମଧ୍ୟ ଏଥି ନିମନ୍ତେ ୧୦ ଲକ୍ଷ ଅତିରିକ୍ତ ଅନୁଦାନ ରାଶି ଯୋଗାଇଦେଇଥିଲେ। ତେବେ ଅନୁଦାନ ରାଶିରେ ପ୍ରକଳ୍ପଟି ଛାତ ପତନ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଅନୁଦାନ ରାଶି ମଞ୍ଜୁର ନ କରିବାରୁ ଏହା ପ୍ରାୟ ୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଅଧାପନ୍ତରିଆ ଭାବେ ପଡ଼ି ରହିବା ସହିତ ପରିତ୍ୟକ୍ତ ଅବସ୍ଥାକୁ ଗତି କଲାଣି। ନିକଟରେ ପଞ୍ଚାୟତ ପକ୍ଷରୁ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ଏହାକୁ ସାମିଲ କରାଯାଇଥିବା ବେଳେ ୮ ଲକ୍ଷରୁ ଅଧିକ ଅର୍ଥରାଶି ମଞ୍ଜୁର ହୋଇଥିଲା। ଏପରିକି କାମ ହେବା ନିମନ୍ତେ ମଧ୍ୟ ଅର୍ଦ୍ଧନିର୍ମିତ କଲ୍ୟାଣ ମଣ୍ଡପ ନିକଟରେ ଫଳକ ଲାଗିଛି। ବ୍ଳକ୍ କାର୍ଯ୍ୟାଳୟଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଏହି ପଞ୍ଚାୟତରେ ହେଉଥିବା ଏହି କାର୍ଯ୍ୟର କଛପ ଗତିକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି। ଖଣ୍ଡପଡ଼ା ବ୍ଲକ୍ ଅଧୀନ ବହୁ ପଞ୍ଚାୟତରେ ନୂତନ କଲ୍ୟାଣ ମଣ୍ଡପଗୁଡ଼ିକ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରୟତ ଢୋଲମରା କଲ୍ୟାଣ ମଣ୍ଡପ ପ୍ରତି ପ୍ରଶାସନର ଆନ୍ତରିକତା ନଥିବା ଭଳି ମନେହଊଛି।

