‘ଡିସେମ୍ବରରେ କାନପୁର ପ୍ରକଳ୍ପ ଉଦ୍‌ଘାଟନ’: କେନ୍ଦୁଝରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ, ଭିତ୍ତିପ୍ରସ୍ତର ସ୍ଥାପନ

‘ଡିସେମ୍ବରରେ କାନପୁର ପ୍ରକଳ୍ପ ଉଦ୍‌ଘାଟନ’: କେନ୍ଦୁଝରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ, ଭିତ୍ତିପ୍ରସ୍ତର ସ୍ଥାପନ

‘ଡିସେମ୍ବରରେ କାନପୁର ପ୍ରକଳ୍ପ ଉଦ୍‌ଘାଟନ’: କେନ୍ଦୁଝରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ, ଭିତ୍ତିପ୍ରସ୍ତର ସ୍ଥାପନ

‘ଡିସେମ୍ବରରେ କାନପୁର ପ୍ରକଳ୍ପ ଉଦ୍‌ଘାଟନ’: କେନ୍ଦୁଝରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ, ଭିତ୍ତିପ୍ରସ୍ତର ସ୍ଥାପନ

 

କେନ୍ଦୁଝର: କେନ୍ଦୁଝର ଗସ୍ତର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଓ ମୟୂରଭଞ୍ଜ କ୍ଲଷ୍ଟରର ବିକାଶ ନିମନ୍ତେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଡିସେମ୍ବରରେ ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାରରେ ପ୍ରତି ବ୍ଲକ୍‌ରେ ୩୫% ଜମିକୁ ପାଣି ପ୍ରତିଶ୍ରୁତି କାଗଜକଲମରେ ଥିଲା। ଜଳ ଯୋଗାଣ ଠିକ୍‌ ହେଲେ ଚାଷୀର ଅଧା ସମସ୍ୟା ଶେଷ ହୁଏ। ବର୍ତ୍ତମାନର ସରକାର ୧୫ଲକ୍ଷ ହେକ୍ଟର ଜମିକୁ ପାଣି ଦେବାକୁ ବ୍ୟବସ୍ଥା କରୁଛନ୍ତି।   ବଜେଟ୍‌ରେ ପ୍ରାୟ ୧୪ହଜାର ୫୦୦କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।ଏଥିସହିତ ତାଙ୍କ ସରକାର କରିଥିବା ପ୍ରକଳ୍ପ ତାଲିକା ପଢ଼ିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ କେନ୍ଦୁଝର, ମୟୂରଭଞ୍ଜ କ୍ଲଷ୍ଟରକୁ ସଂଯୋଗ କରୁଥିବା ତିନି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୧୨୦କୋଟି ଟଙ୍କାର ଏହି ପ୍ରକଳ୍ପ ଅଧୀନରେ ରାଇକଳା, ସତୀକୁଦର ଓ ଜାରକାଣି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହାର କାର୍ଯ୍ୟ ୨୦୨୮ ସୁଦ୍ଧା ଶେଷ ହେବ। ଏହା ଦ୍ବାରା କେନ୍ଦୁଝର ଓ ମୟୂରଭଞ୍ଜର ୪ହଜାର ୨୮୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ। ସେହିପରି ମୁଖ୍ୟମନ୍ତ୍ରୀ ଆଜି ଝୁମ୍ପୁରାରେ ୧୭କୋଟି ୯୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଇକଳାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂତନ ଶାଖା ଉଦ୍‌ଘାଟନ କରିଥିଲେ।ରାଇକଳାଠାରେ ୨୪କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଆବାସିକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ୩୦କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ, କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜିଲ୍ଲାପାଳ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।