କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ସଚେତନତା ପଦଯାତ୍ରା
କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ସଚେତନତା ପଦଯାତ୍ରା
କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ସଚେତନତା ପଦଯାତ୍ରା
ଭୁବନେଶ୍ୱର: ‘ସତର୍କତା ସଚେତନତା ସପ୍ତାହ-୨୦୨୬’ ପାଳନ ଅବସରରେ କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏକ ସତର୍କତା ସଚେତନତା ପଦଯାତ୍ରା(ୱାକାଥନ୍) ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳ ପ୍ରମୁଖ ସୁବୋଧ କୁମାର ମଲ୍ଲିକ ଏବଂ କ୍ଷେତ୍ରୀୟ ପ୍ରମୁଖ ଶରତ ଚନ୍ଦ୍ର ଭୋଇଙ୍କ ମିଳିତ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ଏହି ପଦଯାତ୍ରା ମାଧ୍ୟମରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ସମାଜରେ ସାଧୁତା ଓ ସତ୍ୟନିଷ୍ଠା ବଜାୟ ରଖିବା ପାଇଁ କାନାରା ବ୍ୟାଙ୍କ ସଦାସର୍ବଦା ପ୍ରତିବଦ୍ଧ ବୋଲି ଏହି ଅବସରରେ ଦୋହରାଯାଇଛି।

