ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁ. ୟୁ. ଲଳିତଙ୍କ କିଟ୍ ଓ କିସ୍ ପରିଦର୍ଶନ

ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁ. ୟୁ. ଲଳିତଙ୍କ କିଟ୍ ଓ କିସ୍ ପରିଦର୍ଶନ

ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁ. ୟୁ. ଲଳିତଙ୍କ କିଟ୍ ଓ କିସ୍ ପରିଦର୍ଶନ
ଭୁବନେଶ୍ୱର: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ କିଟ୍‍ର ବଭିନ୍ନ କ୍ୟାମ୍ପସ୍‍ ଓ କିସ୍‍ର ବିଭିନ୍ନ ୟୁନିଟ୍‍ ବୁଲି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କିଟ୍‍ ଓ କିସ୍‍ର ବିଭିନ୍ନ କାର୍ଯ୍ୟକ୍ରମ ଓ ଅବଦାନ ସଂପର୍କରେ ଅବଗତ ହୋଇଥିଲେ ।
ଏହି ଗସ୍ତ ଅବସରରେ ଜଷ୍ଟିସ୍ ଲଳିତ କିଟ୍ ଲ ସ୍କୁଲର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ବକ୍ତୃତା ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଭାଷଣ ଦେଇ ଜଷ୍ଟିସ୍‍ ଲଳିତ ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଇନ ଓ ନ୍ୟାୟିକ ବ୍ୟବସ୍ଥା କ୍ଷେତ୍ରରେ ତାଙ୍କର ବିପୁଳ ଅଭିଜ୍ଞତା, ଜ୍ଞାନ ଓ ଅନ୍ତର୍ଦୃଷ୍ଟିକୁ ସେ ଉପସ୍ଥିତ ସମସ୍ତଙ୍କ ସହ ବାଣ୍ଟିଥିଲେ । ତାଙ୍କର ଏହି ମାର୍ଗଦର୍ଶନ ଓ ଆଲୋଚନା ଆଇନ ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନଙ୍କ ପାଇଁ ବେଶ୍ ଉପାଦେୟ ହେବା ସହ ସେମାନଙ୍କୁ ନୂତନ ଦୃଷ୍ଟିକୋଣ ଓ ପ୍ରେରଣା ଯୋଗାଇଥିଲା । 
ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜଷ୍ଟିସ୍‍ଙ୍କୁ ସ୍ୱାଗତ କରିବା ସହ କିଟ୍ ଲ ସ୍କୁଲ୍‌ର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ପାଇଁ ସମୟ ଦେଇଥିବାରୁ ମୁଁ ତାଙ୍କ ନିକଟରେ ଆନ୍ତରିକ କୃତଜ୍ଞତା ଜଣାଉଛି । ତାଙ୍କର ମୂଲ୍ୟବାନ ଜ୍ଞାନ, ଅଭିଜ୍ଞତା, ମାର୍ଗଦର୍ଶନ ଓ ଅନୁଭୂତି ଆଇନ୍‍ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ବେଶ ଉପାଦେୟ ବୋଲି ସେ କହିଥିଲେ ।