ଏନ୍‍ଆଇଆର୍‍ଏଫ୍‍ ର‌୍ୟାଙ୍କିଂ, ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍ : Ommtv‍

ଏନ୍‍ଆଇଆର୍‍ଏଫ୍‍ ର‌୍ୟାଙ୍କିଂ, ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍ : Ommtv‍

ଏନ୍‍ଆଇଆର୍‍ଏଫ୍‍ ର‌୍ୟାଙ୍କିଂ, ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍ : Ommtv‍

: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ର‌୍ୟାଙ୍କିଂ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍) ସୋମବାର ପ୍ରକାଶ ପାଇଛି । ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍ ୪ଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛି । ଗତବର୍ଷ କିଟ୍‍ ଏହି ତାଲିକାର ୨୦ତମ ସ୍ଥାନରେ ଥିଲା । ଏହା ବ୍ୟତୀତ କିଟ୍‍ର ଅନ୍ୟ ସମସ୍ତ ବିଭାଗ ମଧ୍ୟ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରିଛନ୍ତି । ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା କିଟ୍‍ ବିଶ୍ୱବିଦ୍ୟାଳୟ ଏହି ଗବେଷଣା ତାଲିକାର ୪୪ରେ ରହି ସମଗ୍ର ଦେଶର ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ୫୦ ସ୍ଥାନରେ ରହି ପାରିଛି । ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ‘ଧିର ପାଣି ପଥର କାଟେ’ । ପ୍ରତିବର୍ଷ ବିଭିନ୍ନ ବିଭାଗରେ କିଟ୍‍ ତାର ପ୍ରଦର୍ଶନରେ ଉନ୍ନତି ଆଣି ଏକ ଗୁଣାତ୍ମକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇସାରିଛି । ତେଣୁ ଏନ୍‍ଆଇଆର୍‍ଏଫ୍‍ ର‌୍ୟାଙ୍କିଂରେ କିଟ୍‍ର ସ୍ଥାନ ପ୍ରତିବର୍ଷ ଉପରକୁ ଉଠୁଛି । ଏଥିପାଇଁ କିଟ୍‍ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଶ୍ରୀ ସାମନ୍ତ ଏହି ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି । #Kiituniversity #AchyutaSamanta #KiiT #Ommtv #Omtv #Kalingacinearts #NBPC #Odisha #India #UniversityRankings