ଯୁବ ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ 

ଯୁବ ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ 

ଯୁବ ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ 

ଯୁବ ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ 

: ଯୁବମାନେ କେବଳ ଆସନ୍ତାକାଲିର କେବଳ ନାଗରିକ ନୁହନ୍ତି ସେମାନେ ସାମାଜିକ ବିକାଶର ସହଯୋଗୀ। ଯୁବକମାନଙ୍କ ଦକ୍ଷତା, ନିଯୁକ୍ତି, ଉଦ୍ୟୋଗିତା ଓ ନେତୃତ୍ୱର ସୁଯୋଗ ନେଇ ଏହି ସମୟର ଲାଭ ଉଠାଇବାକୁ ହେବ ବୋଲି ସିୱାଇଏସଡି ର ମାର୍ଗଦର୍ଶକ ତଥା ସହ ପ୍ରତିଷ୍ଠାତା ଜଗଦାନନ୍ଦ ବକ୍ତବ୍ୟ ରଖିଥିଲେ l ଆଜି ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଶ୍ରୀ ଜଗଦାନନ୍ଦଙ୍କ ସହିତ ସମ୍ମାନନୀୟ ଅତିଥିଭାବେ ୟୁଏଫପିଏ ରାଜ୍ୟ ମୁଖ୍ୟ ସୁନୀଲ ଥୋମାସ ଜାକୋବ ଯୁବ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ l ଅନ୍ୟପକ୍ଷେ ଯୁବମାନଙ୍କର ଚିନ୍ତା ଓ ସମସ୍ୟା, ସଂଘର୍ଷ ଓ ପ୍ରୟାସ ବିଷୟରେ ଆଲୋକପାତ କରିଥିଲେ ମୁଖ୍ୟ ବକ୍ତା ଅନିତା ରତ୍ନମ l ଏ ଦିଗରେ  ସିୱାଇଏସଡି ଅହରହ କାର୍ଯ୍ୟ କରୁଛି ବୋଲି ଅନ୍ୟତମ ଅତିଥି ସିୱାଇଏସଡି ସହ ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ ମତ ବ୍ୟକ୍ତ କରିଥିଲେ l ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଗବାନ୍ ପ୍ରକାଶ ଆଶୀର୍ବାଦ ପ୍ରଦାନ କରିଥିଲେ | ଯୁବ ନେତୃତ୍ୱ ରାୟଗଡାର ସାଗର ଟୁଡୁ, ମୟୁରଭଞ୍ଜର କୁମୁଦିନୀ ପଥୁରିଆ ଓ ଠାକୁରମୁଣ୍ଡାର ସୁଲେଖା ସେନାପତି କାର୍ଯ୍ୟକ୍ରମରେ ନିଜ ଅନୁଭୂତି ଉପସ୍ଥିତ ଦର୍ଶକମାନଙ୍କୁ ଶୁଣାଇଥିଲେ |